Odisha Link
Bridging the Missing Links in Odisha

ସେନ୍‌ସେକ୍ସ ନିଫ୍ଟିରେ ନୂଆ ରେକର୍ଡ

ନୂଆଦିଲ୍ଲୀ: ସେନ୍‌ସେକ୍ସ ଓ ନିଫ୍ଟିରେ ସର୍ବକାଳୀନ ରେକର୍ଡ। କରୋନା ମହାମାରୀ ପରେ ଆର୍ଥିକ ସୁଧାରର ଆଶା ଧିରେଧିରେ ବଢ଼ୁଥିବା ବେଳେ ଆଜି ଭାରତୀୟ ସେୟାର୍‌ ବଜାରରେ‌ ସର୍ବକାଳୀନ ରେକର୍ଡ ୫୨,୦୦୦ ମାର୍କରେ ପହଞ୍ଚିଛି। ସଫଳତାର ସହ କରୋନାଭାଇରସ୍‌ ଟିକା ବିଶ୍ୱବ୍ୟାପୀ ଉପଲବ୍ଧ ହେବା ପରେ ଅନ୍ୟ ଏସୀୟ ଷ୍ଟକ୍‌ଗୁଡ଼ିକ ମଧ୍ୟ ଆଜି ରେକର୍ଡ ସ୍ତରକୁ ଉଠିଛି।

ଆଜି ସକାଳ ୯.୨୫ ସୁଦ୍ଧା ୧୫,୨୯୦.୮୫ରେ ପହଞ୍ଚିଥିବା ‘ଏନ୍‌ଏସ୍‌ଇ ନିଫ୍ଟି’ର ୫୦ ଇଣ୍ଡେକ୍ସ୍‍ ୦.୮୪% ଅଧିକ ରହିଥିବା ବେଳେ ‘ଏସ୍‌ ଆଣ୍ଡ୍‌ ପି ବିଏସ୍‌ଇ ସେନ୍‌ସେକ୍ସ୍‍’ ୫୨,୦୨୯.୮୦ରେ ପହଞ୍ଚି ୦.୯୪% ବୃଦ୍ଧି ପାଇଛି। ପ୍ରାରମ୍ଭିକ ବ୍ୟବସାୟରେ ଉଭୟ ଇଣ୍ଡେକ୍ସ୍‍ ରେକର୍ଡ ସ୍ପର୍ଶ କରିଛି।

ଲାଭ କରିବାରେ ବ୍ୟାଙ୍କ୍‌ମାନେ ଅଗ୍ରଣୀ ଥାଇ ୧୪ଟି ସେକ୍ଟରର ଇଣ୍ଡେକ୍ସ୍‍ରୁ ୧୩ଟି ସେକ୍ଟର୍‌ ଊର୍ଦ୍ଧ୍ୱମୁଖୀ ହୋଇଛି। ନିଫ୍‌ଟି ୫୦ ହେବାରେ ‘ଏଚ୍‌ଡିଏଫସି ବ୍ୟାଙ୍କ୍‌’ ଏବଂ ‘ଆଇସିଆଇସିଆଇ ବ୍ୟାଙ୍କ୍‌’ର ଅଧିକ ଭୂମିକା ରହିଛି।

Comments are closed.