Odisha Link
Bridging the Missing Links in Odisha

ଆଜି ଅନୁକୂଳ ହେବ ରଥକାଠ

ପୁରୀ: ଆଜି ପବିତ୍ର ଶ୍ରୀ ବସନ୍ତ ପଞ୍ଚମୀ। ଏହି ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୁଏ। ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ନୀତି ପରମ୍ପରା ମୁତାବକ ଶ୍ରୀମନ୍ଦିର ସମ୍ମୁଖ ରଥଖଳା ପ୍ରସ୍ତୁତ କରାଯାଇଛି।

ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ତିନି ରଥ ପାଇଁ ତିନୋଟି କାଠକୁ ପୂଜା କରାଯିବ। ଏହି ତିନି ରଥକାଠକୁ ବ୍ୟାରିକେଡ୍ କରାଯାଇ ଅଲଗା ସ୍ଥାନରେ ରଖାଯାଇଛି। ଆସନ୍ତା ବୁଧବାର ଦିନ ରାଜନଅର ପକ୍ଷରୁ ରାଜଗୁରୁଙ୍କ ସହ ସ୍ତୋତ୍ରୀୟ ବ୍ରାହ୍ମଣମାନେ ପୂଜା କାର୍ଯ୍ୟ ସମ୍ପାଦନ କରିବେ।

ତିନି ରଥ ପାଇଁ ୧୨ ଫୁଟ ବିଶିଷ୍ଟ ଧଉରା କାଠକୁ ରଥଖଳାରେ ପୂଜାର୍ଚ୍ଚନା କରାଯିବ। ପବିତ୍ର ରାମନବମୀରେ ରଥକାଠ ଚିରଟ ଓ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ନୀତି ଅନୁଷ୍ଠିତ ହେବ।

Comments are closed.