Odisha Link
Bridging the Missing Links in Odisha

ଭାଙ୍ଗିଗଲା ଚାଷୀଙ୍କ ସ୍ବପ୍ନ, ଉଇ ଖାଇଗଲା ସଞ୍ଚିତ ୫ ଲକ୍ଷ ଟଙ୍କା

ବିଜୟଓ୍ବାଡ଼ା: ଜୀବନରେ କିଛି ନା କିଛି କରିବାର ସ୍ବପ୍ନ ସମସ୍ତଙ୍କ ପାଖରେ ଥାଏ। ସେହିପରି ଆନ୍ଧ୍ର ପ୍ରଦେଶର ଘୁଷୁରି ପାଳକ ମିଲାଭାରମଙ୍କର ଏକ ଘର କରିବାର ସ୍ବପ୍ନଥିଲା। ଯାହାପାଇଁ ସେ ଝାଳବୁହା ପରିଶ୍ରମ କରି ଏକ ଲୁହା ବାକ୍ସରେ ପ୍ରାୟ ୫ଲକ୍ଷ ଟଙ୍କା ସଞ୍ଚୟ କରିଥିଲେ। କିନ୍ତୁ ମଙ୍ଗଳବାର ଦିନ ସେ ଯେତେବେଳେ ଉକ୍ତ ବାକ୍ସଟି ଖୋଲିଥିଲେ ସେତେବେଳେ ତାଙ୍କର ସବୁ ସ୍ବପ୍ନ ଚୁରମାର ହୋଇଯାଇଥିଲା। କାରଣ ଲୁହାବାକ୍ସରେ ଥିବା ସବୁ ଟଙ୍କାକୁ ଉଇ ଖାଇ ଯାଇଥିଲା। ଜୀବନ ଯାକ ସଞ୍ଚୟ ନଷ୍ଟ ହୋଇଯିବାପରେ ପରିବାର ସଦସ୍ୟ ସାହାଯ୍ୟ ପାଇଁ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ପୁଲିସ ତାଙ୍କ ଘରକୁ ଯାଇ ସ୍ଥିତି ପରଖିଛନ୍ତି।

ସୂଚନାମୁତାବିକ, ବିଜିଲି ଜମାଳୟା ମିଲାଭରମ୍‌ ପାଣିଟାଙ୍କି ନିକଟରେ ଘୁଷୁରୀପାଳନ କରୁଛନ୍ତି। ସେ ୧୦ଲକ୍ଷ ଟଙ୍କା ସଞ୍ଜୟ କରି ଏକ ଘର କିଣିବା କିମ୍ବା ପୂର୍ବରୁ ଥିବା ଜମିରେ ଏକ ଘର କରିବାକୁ ଯୋଜନା କରିଥିଲେ। ସେମାନଙ୍କ ପରିବାରରେ କାହାର ବ୍ୟାଙ୍କ୍‌ ଏକାଉଣ୍ଟ ନଥିବାବେଳେ ଏକ ବଡ଼ ଟ୍ରଙ୍କରେ ସେ ସଞ୍ଚିତ ଅର୍ଥ ରଖୁଥିଲେ। ବ୍ୟବସାୟରେ ବିନିଯୋଗ ପାଇଁ ଲକ୍ଷେ ଟଙ୍କା କାଢ଼ିବାକୁ ଦୀର୍ଘ ଦିନ ପରେ ସେ ମଙ୍ଗଳବାର ବାକ୍ସଟିକୁ ଖୋଲିଥିଲେ। କିନ୍ତୁ ଟଙ୍କାକୁ ଉଇ ଖାଇଥିବା ଦେଖିବାକୁ ପାଇଥିଲେ।

ଏହାପରେ ସେ କହିଛନ୍ତି ଯେ, “ମୁଁ ମୋର ଜୀବନ ଯାକ ସଞ୍ଚୟ ଏକ ଘର ନିର୍ମାଣ କରିବାକୁ ଯୋଜନା କରିଥିଲି। କିନ୍ତୁ, ସମସ୍ତ ନୋଟରେ ଛିଦ୍ର ଦେଖାଯାଉଥିବାରୁ ମୁଁ ବିବ୍ରତ ହୋଇଥିଲି ବୋଲି ଜମାଲୟା କହିଛନ୍ତି। ଯେହେତୁ ଜମାଲୟାଙ୍କର ବ୍ୟାଙ୍କ ଆକାଉଣ୍ଟ ନଥିଲା, ସେ ଟଙ୍କା ଲୁହା ବାକ୍ସରେ ରଖିଥିଲେ ବୋଲି ଗ୍ରାମବାସୀ କହିଛନ୍ତି।

Comments are closed.