Odisha Link
Bridging the Missing Links in Odisha

ବିବାହ ବନ୍ଧନରେ ବାନ୍ଧି ହେଲେ ଲୁଲୁଙ୍କ ଝିଅ ଉପାସନା

ଭୁବନେଶ‌୍ବର: ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଶାର ବରିଷ୍ଠ ରାଜନତୋ ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ(ଲୁଲୁ) ଝିଅ ଉପାସନା ମହାପାତ୍ର। ବୁଧବାର ଦିନ ମହା ଆଡ଼ମ୍ବରରେ ରାଜସ୍ଥାନର ଉଦୟପୁର ପ୍ୟାଲେସରେ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ବାସିନ୍ଦା ତଥା ମୁମ୍ବାଇ ଶିଳ୍ପପତି ଶୁଭ୍ରାଂଶୁ ଶେଖର ବିଶ୍ବାଳଙ୍କ ସହିତ ବୈଦିକ ରୀତିନୀତିରେ ଉପାସନା ମହାପାତ୍ରଙ୍କ ବିବାହ ହୋଇଛି।

ଲୁଲୁଙ୍କ ଭାଇ ତଥା ବ୍ରହ୍ମଗିରି ବିଧାୟକ ଲଳିଟେନ୍ଦୁ ମହାପାତ୍ର କନ୍ୟାଦାନ କରିଛନ୍ତି। ସେହିପରି ଶୁଭ୍ରାଂଶୁଙ୍କ ବାପା ପବିତ୍ର ମୋହନ ବିଶ୍ବାଳଙ୍କ ସମେତ ପରିବାର ବର୍ଗ ନବଦମ୍ପତ୍ତିଙ୍କୁ ଆଶୀର୍ବାଦ କରିଛନ୍ତି। ଏହି ବିବାହ ଉତ୍ସବରେ ବଲିଉଡ ଅଭିନେତ୍ରୀ ଦିଶା ପାଠନିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓଙ୍କ ସମେତ ବିଜେଡିର କିଛି ଯୁବନେତା ଓ କଂଗ୍ରେସର କିଛି ଟାଣୁଆ ନେତା ଉପସ୍ଥିତ ଥିଲେ।

Comments are closed.