Odisha Link
Bridging the Missing Links in Odisha

ପୁଣି ଏହି ସହରରେ ହେବ ଲକ୍‌ଡାଉନ

ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ହାର କମୁଥିବା ବେଳେ କିଛି ରାଜ୍ୟରେ ପୁଣିଥରେ ପଜିଟିଭ୍ ସଂଖ୍ୟା ବଢିବାରେ ଲାଗିଛି। ମହାରାଷ୍ଟ୍ରରେ ପୁଣି ଥରେ ଲକଡାଉନ କରିବାକୁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମହାରାଷ୍ଟ୍ର ସରକାର ଯବତମାଲ, ଅମରାବତୀ ଏବଂ ଅକୋଲା ଜିଲ୍ଲାରେ କୋଭିଡ-୧୯ ସ୍ଥିତିକୁ ନଜରରେ ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏହି ପ୍ରସଙ୍ଗରେ ଗୁରୁବାର ସକାଳେ ବୈଠକ କରିଥିଲେ। ବୈଠକରେ ହୋଇଥିବା ନିଷ୍ପତ୍ତି କ୍ରମେ ଏହି ୩ ଜିଲ୍ଲାରେ ପୁଣି ଥରେ ଲକ୍-ଡାଉନ୍ ଫେରିପାରେ ବୋଲି ଚର୍ଚ୍ଚା ହେଉଛି।

ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ରାଜ୍ୟରେ ଗତକାଲି ପୁଣି ୪୭୮୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ୨୦୨୧ରେ ଗୋଟିଏ ଦିନରେ ମିଳିଥିବା ସର୍ବାଧିକ ସଂକ୍ରମିତ। ବୁଧବାର ସର୍ବାଧିକ ୨୩୦ କରୋନା ସଂକ୍ରମିତ ଅମରାବତୀ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ଏହି ଜିଲ୍ଲାରୁ ୮୨ ନୂଆ ମାମଲା ମିଳିଥିଲା। ଅକୋଲା ନଗର ନିଗମ ଅଞ୍ଚଳରୁ ବୁଧବାର ୧୦୫ ଏବଂ ମଙ୍ଗଳବାର ୬୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

Comments are closed.