Odisha Link
Bridging the Missing Links in Odisha

କୀଟନାଶକ ପିଇ ଯୁବ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ଥାନା ଧିଙ୍ଗିଆମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣାରେ ଘଟିଛି। ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ରହିଥିବା ବେଳେ ପରୀକ୍ଷା ପାଇଁ ଲାଭା ସାମ୍ପୁଲ ବୁର୍ଲା ପଠାଯାଇଛି।

ସେ କ’ଣ ପିଇଥିଲେ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ମାନସିକ ଚିନ୍ତାଗ୍ରସ୍ତ ହୋଇ ଯୁବଚାଷୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପରିବାର ଲୋକେ ଅଭିଯୋଗ ଆଣିଥିବା ଜଣାପଡ଼ିଛି।

ପ୍ରକାଶ ଯେ, ନୂଆପଡା ଜିଲ୍ଲା ସିନାପାଲି ଥାନା ଧିଙ୍ଗିଆମୁଣ୍ଡା ଗାଁର ରୋମାଚନ ଦଣ୍ଡସେନା ନାମକ ଜଣେ ଚାଷୀ ଖରିଫ ଋତୁରେ ତିନି ଏକର ଧାନ ଚାଷ କରିଥିବା ବେଳେ ସ୍ଥାନୀୟ କେନ୍ଦୁମୁଣ୍ଡା ମଣ୍ଡିରେ ଜାନୁଆରୀ ୧୭ ତାରିଖରେ ୮୪ ପ୍ୟାକେଟ୍ ଧାନ ପକାଇଥିଲେ। ବିଭିନ୍ନ ବାହାନାରେ ମଣ୍ଡିରୁ ଧାନ ଉଠି ପାରି ନଥିଲା। ଫେବୃଆରୀ ୧୭ ତାରିଖରେ ଟୋକନ ଅବଧି ଶେଷ ହୋଇ ଯାଇଥିଲା।

ଅନ୍ୟପଟେ ରବି ଋତୁ ପାଇଁ ଉଠା ଜଳସେଚନ ମାଧ୍ୟମରେ ପୁଣି ଧାନ ଚାଷ ଆରମ୍ଭ କରିଥିବା ବେଳେ ଟଙ୍କା ଅଭାବରୁ ବିଦ୍ୟୁତ ବିଲ୍ ପୈଠ କରି ପାରିନଥିଲେ। ଫଳରେ ରବି ଋତୁର ଧାନ ମଧ୍ୟ କିଛି ନଷ୍ଟ ହୋଇଯାଇଥିବା ଅଭିଯୋଗ କରିଛନ୍ତି ପରିବାରଲୋକ।

ତେବେ ଶୁକ୍ରବାର ନିଜ ଚାଷ ଜମିରେ ପଡି ଛଟପଟ ହେଉଥିବା ଖବର ପାଇ ପରିବାରଲୋକ ପ୍ରଥମେ ତାଙ୍କୁ ସେଠାରୁ ଉଦ୍ଧାର କରିବା ସହ ପ୍ରଥମେ ସିନାପାଲି ଓ ପରେ ଖଡିଆଳ ଏବଂ ଏବେ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି।

Comments are closed.