ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: କମିଶନରଙ୍କୁ ଭେଟିଲେ ସିବିଆଇ ଟିମ୍

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ କମିଶନରେଟ ପୁଲିସ ଗିରଫ କରିଛି। ଏହି ପ୍ରସଙ୍ଗରେ ସିବିଆଇର ୨ ଜଣିଆ ଟିମ୍ ପୁଲିସ କମିଶନର ସୁଧାଂଶୁ ଷଢଙ୍ଗୀଙ୍କ ସହ ଭେଟିଛନ୍ତି। ସିବିଆଇର ଜଣେ ଅଧିକାରୀ ଓ ଜଣେ ଓକିଲ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ ମାମଲାରେ ପୁଲିସ କମିଶନରଙ୍କ ସହ ସିବିଆଇର ଆଲୋଚନା ହୋଇଛି।
ପୁଲିସ କମିଶନରଙ୍କୁ ଭେଟିବା ପରେ ସିବିଆଇ ଟିମ ପକ୍ଷରୁ ସବିଶେଷ ବିବରଣୀ ମିଳିପାରି ନାହିଁ। ସିବିଆଇ ଟିମ୍ ପକ୍ଷରୁ କୁହାଯାଇଛି ଯେ, ‘ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା। ଆଲୋଚନା ଗୋପନୀୟ ଥିଲା।’
ସୂଚନାଯୋଗ୍ୟ, ୧୯୯୯ ମସିହା ଜାନୁଆରୀ ମାସ ୬ ତାରିଖରେ ଭୁବନେଶ୍ୱର-ବାରଙ୍ଗ ରାସ୍ତାରେ ଏକ କାର ଭିତରେ ଏହି ଗଣଦୁଷ୍କର୍ମ ହୋଇଥିଲା। ଏହି ଘଟଣା ପରେ ବିବନ ମହାରାଷ୍ଟ୍ର ପୁଣେରେ ନିଜର ନାମ ବଦଳାଇ ଜଳନ୍ଧର ସ୍ୱାଇଁ ନାମରେ ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା। ଏହି ମାମଲାରେ ପୂର୍ବରୁ ଦୁଇ ଅଭିଯୁକ୍ତ ପଦିଆ ଓ ଟୁନିଆ ଗିରଫ ହୋଇଥିଲେ। ବିବନ ଧରାପଡ଼ିବା କମିଶନରେଟ ପୁଲିସ ପାଇଁ ଏକ ବହୁତ ବଡ଼ ସଫଳତା। ଗିରଫ ପରେ ଅଭିଯୁକ୍ତ ବିବନ ବିଶ୍ବାଳ କାଲିଠାରୁ ଜେଲରେ ରହିଛି।