Odisha Link
Bridging the Missing Links in Odisha

ଯମୁନା ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ୭ ଜୀବନ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମଥୁରା ଯମୁନା ଏକ୍ସପ୍ରେସୱେରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାରକୁ ଧକ୍କା ଦେଇ ଓଲଟିପଡ଼ିଲା ଡିଜେଲ୍‌ ଟ୍ୟାଙ୍କର। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଆଗରାରୁ ନୋଏଡ଼ାକୁ ଯାଉଥିଲା ଏକ ଇନୋଭା କାର୍‌। ମାଇଲଷ୍ଟୋନ୍‌ ୬୮ ନିକଟରେ ଏକ ତେଲ ଟ୍ୟାଙ୍କରଟି ଦ୍ରୁତ ଗତିରେ ଆସୁଥିଲା। ଟ୍ୟାଙ୍କରଟି ଅନିୟନ୍ତ୍ରିତ ହୋଇ ଅନ୍ୟପଟୁ ଆସୁଥିବା କାର୍‌କୁ ଜୋରଦାର ଧକ୍କା ଦେଇଥିଲା।

ଇନୋଭା ଗାଡ଼ିରେ ଥିବା ସମସ୍ତ ଯାତ୍ରୀ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣା ସଂପର୍କରେ ଖବର ପାଇ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଦୁର୍ଘଟଣାରେ କାରଟି ଚୂନମାର ହୋଇଯିଥିବା ବେଳେ ଘଟଣାସ୍ଥଳରେ ହିଁ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଛି।

ସମସ୍ତ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଶବ ବ୍ୟବେଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ସମସ୍ତ ମୃତକଙ୍କ ପରିଚୟ ହସ୍ତଗତ ହୋଇଛି। ଘଟଣାସ୍ଥଳରେ ପୋଲିସ ତଦନ୍ତ ଚଳାଇଛି।

Comments are closed.