ବୁର୍ଲା ଭିସୁଟ୍ ସଟଡାଉନ୍, କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ସମ୍ପୂର୍ଣ୍ଣ ଅଞ୍ଚଳ

ସମ୍ବଲପୁର: ବୁର୍ଲା ଭିସୁଟ୍ର ବିଭିନ୍ନ ହଷ୍ଟେଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମଣ ରୋକିବାକୁ ସତର୍କତା ଜାରି ରହିଛି। ୨୭ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଆଖପାଖ ଅଞ୍ଚଳରେ କଟକଣା ଜାରି ହୋଇଛି। ବନ୍ଦ ରହିବ ଦୋକାନ ବଜାର, ଯାତାୟତ ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ ଲଗାଯାଇଛି।
କେବଳ ଜରୁରୀ ସାମଗ୍ରୀ ଯୋଗାଇବ ମହାନଗର ନିଗମ। ଭିସୁଟର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ୨ ଦିନ ଭିତରେ ୩ଟି ହଷ୍ଟେଲରେ ବ୍ୟାପିଛି କରୋନା। ୧୬ ଜଣଙ୍କୁ ଅନ୍ୟତ୍ର ରଖି ଚିକିତ୍ସା କରାଯାଉ ଥିବା ବେଳେ ଅନ୍ୟ ଆକ୍ରାନ୍ତ ଛାତ୍ରଛାତ୍ରୀ ନିଜ ନିଜ ଘରକୁ ଚାଲି ଯାଇଛନ୍ତି।
ପ୍ରଥମ ବର୍ଷ ପିଲାଙ୍କୁ ଶିକ୍ଷାନୁଷ୍ଠାନ ନଯିବାକୁ କୁଳପତି ଅନୁରୋଧ କରିଛନ୍ତି । ହଷ୍ଟେଲ ଭିତରେ ଥିବା ଛାତ୍ରଛାତ୍ରୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କର୍ତୃପକ୍ଷ କହିଛନ୍ତି।