Odisha Link
Bridging the Missing Links in Odisha

ପୁଣି ଏକ ବାୟୋପିକରେ ନଜର ଆସିବେ ଶାହିଦ୍

ମୁମ୍ବାଇ : ବଲିଉଡ଼ ଅଭିନେତା ଶାହିଦ କପୁର ଖୁବ ଶୀଘ୍ର ଏକ ଭିନ୍ନ ଅବତାରରେ ନଜର ଆସୁଛନ୍ତି। ସେ ୩ ବର୍ଷ ପରେ ପୁଣି ଏକ ବାୟୋପିକରେ ନଜର ଆସିବେ।

ବାୟୋପିକକୁ ନେଇ ସାଉଥ ସିନେମା ପ୍ରଡକ୍ସନ କମ୍ପାନୀ ଲାୟକା ସହ ଶାହିଦ କପୁରଙ୍କ କଥାବାର୍ତ୍ତା ଚାଲିଛି।ତେବେ ମରାଠା ଗୌରବ ରାଜା ଛତ୍ରପତି ଶିବାଜୀ ମହାରାଜଙ୍କ ଚରିତ୍ରରେ ନଜର ଆସିବେ ଶାହିଦ । ଏହି ସିନେମାକୁ ନିର୍ଦ୍ଦେଶନା ଦେବେ ନିର୍ମାତା ଅଶ୍ଵିନ ୱର୍ଦେ । ଏହା ପୂର୍ବରୁ ଅଶ୍ଵିନ ସିନେମା କବିର ସିଂହରେ ନିର୍ଦ୍ଦେଶନା ଦେଇଥିଲେ ।

ଶିବାଜୀ ମହାରାଜ ମରାଠା ସହ ପୁରା ଦେଶର ଗୌରବର ପ୍ରତୀକ। ସେଥିପାଇଁ ତାଙ୍କ ଚରିତ୍ରରେ ଅଭିନୟ କରିବାକୁ ଥିବା ଅଭିନେତା ମଧ୍ୟ ସେମିତି ଦମଦାର ହେବା ଉଚିତ। ଶିବାଜୀ ମହାରାଜଙ୍କ ଛବି ପାଇଁ ଅଶ୍ଵିନ ୱର୍ଦେଙ୍କୁ ଶାହିଦ କପୁର ଠିକ ଲାଗିବା ସହ ଶାହିଦ କପୁର ଏହି ଚରିତ୍ର ପାଇଁ ରାଜି ଅଛନ୍ତି।

Comments are closed.