Odisha Link
Bridging the Missing Links in Odisha

ଲହଡିର ସୁଯୋଗ ଦେଖି ଯୁବତୀଙ୍କୁ ଜାବୁଡି ଧରିଲେ ଯୁବକ

ପୁରୀ: ବଡ ଲହଡିର ସୁଯୋଗ ଦେଖି ଯୁବତୀଙ୍କୁ ଜାବୁଡି ଧରିଲେ ଯୁବକ। ଯୁବତୀଜଣଙ୍କ ଚିତ୍କାର କରିବା ପରେ ଆଖିକାନ ବୁଜି ଦୌଡିଲେ ଯୁବକ । ଏହି ଘଟଣାଟି ପୁରୀ ସମୁଦ୍ର ବେଳାରେ ଘଟିଛି। ଏହି ଅଘଟଣଟି ଆଜି ଆଜି ଅପରାହ୍ନ ୪ଟାରେ ଘଟିଛି ।

ପ୍ରକାଶ ଯେ, ପୁରୀ ହୋଟେଲ୍‌ ସମ୍ମୁଖରେ ସମୁଦ୍ର ସ୍ନାନ କରୁଥିଲେ କିଛି ମହିଳା ପର୍ଯ୍ୟଟକ । ଭିଡ଼ ଭିତରେ ଜଣେ ଯୁବତୀକୁ ଟାର୍ଗେଟ କରିଥିଲା ଏହି ଯୁବକ । ନିଜ ସାଥୀମାନଙ୍କ ଠାରୁ ଦୂରେଇଯାଇ ଯୁବତୀଙ୍କ ପାଖା ପାଖି ହୋଇ ସମୁଦ୍ର ଢେଉରେ ଉତ୍ପାତ ହେଉଥିଲା ।

ସେହି ସମୟରେ ଏକ ଉଚ୍ଚ ଲହଡି ଆସିଥିଲା । ତେଣୁ ମୌକାକୁ ହାତଛଡା ନକରି ସିଧା ଲହଡି ସହ ସାଥୀହୋଇ ଯୁବତୀଙ୍କୁ ଜାବୁଡି ଧରିଥିଲା । ଢେଉ ପଛକୁ ଫେରିଯାଇଥିଲେ ମଧ୍ୟ ଯୁବତୀଙ୍କୁ ଛାଡିନଥିଲା ଯୁବକ।

ତେଣୁ ଚିତ୍କାର କରିଥିଲେ ଯୁବତୀ । ଏସବୁ ଦେଖୁଥିବା ଯୁବତୀଙ୍କ ପରିବାର ଯୁବକକୁ ଅଟକାଇ ଏହା ଯୋଜନାବଦ୍ଧ ଥିଲା ବୋଲି ତା’ ବିରୋଧରେ ଅଭିଯୋଗ କରିଥିଲେ। ପୁଲିସ ଯୁବକକୁ କାବୁ କରିଥିଲା। ତେବେ ଯୁବକ ଜଣକ ହାତ ଯୋଡି କହିଲା, ‘ସାର୍‌ ଖାଲି ଟିକେ ଧରିଛି । ଆଉ କିଛି କରିନି । ସେମାନେ ମିଛ କହୁଛନ୍ତି।

Comments are closed.