Odisha Link
Bridging the Missing Links in Odisha

ବିମାନବନ୍ଦରରେ ଧାରଣା ଦେଲେ ଚନ୍ଦ୍ରବାବୁ

ନୂଆଦିଲ୍ଲୀ: ଆଜି ତିରୁପତି ବିମାନବନ୍ଦର ଭିତରେ ଧାରଣାରେ ବସିଛନ୍ତି ଆନ୍ଧ୍ରପ୍ରଦେଶ ବିଧାନସଭାର ବିରୋଧିଦଳ ନେତା ଏନ୍ ଚନ୍ଦ୍ରବାବୁ ନାଇଡୁ। ସେ ସେଠାରୁ ତିରୁପତି ଓ ଚିତ୍ତୁର ସହର ଯାତ୍ରା କରିବାକୁ ଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା। ପରେ ପୋଲିସଙ୍କ ସହ ଯୁକ୍ତିତର୍କ କରି ଚନ୍ଦ୍ରବାବୁ ନାଇଡୁ ସେହିଠାରେ ହିଁ ଧାରଣାରେ ବସିଯାଇଥିଲେ।

ମିଳିଥିବା ସୂଚନା ଅନୁସାରେ, ଚନ୍ଦ୍ରବାବୁ ନାଇଡୁ ତିରୁପତିରେ ଏକ ବିରୋଧ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସି ତିରୁପତି ବିମାନ ବନ୍ଦରରେ ପହଞ୍ଚିଲେ। ହେଲେ ସ୍ଥାନୀୟ ନଗର ନିଗମ ନିର୍ବାଚନ ଓ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ଏହି କାର୍ଯ୍ୟକ୍ରମକୁ ଅନୁମତି ଦେଇ ନଥିଲା। ତିରୁପତି ନଗର ନିଗମ ଅଧିକାରୀମାନେ ରବିବାର ଦିନ ଜଣେ ଟିଡିପି ନେତାଙ୍କ ଚା’ ଦୋକାନ ଭାଙ୍ଗି ଦେଇଥିଲା।

ଯେଉଁ ଲୋକର ଚା ଦୋକାନ ଭଙ୍ଗାଗଲା ତାଙ୍କ ସ୍ତ୍ରୀ ଟଡିପିରୁ ପ୍ରାର୍ଥୀ ହୋଇଛନ୍ତି। ଏହି ଘଟଣାକୁ ନେଇ ଟଡିପି ନେତା ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ସେଠାରେ ବିରୋଧ ପ୍ରଦର୍ଶନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହି ବିରୋଧ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚନ୍ଦ୍ରବାବୁ ନାଇଡୁ ଆସିଥିବା ବେଳେ ବିମାନବନ୍ଦରରେ ତାଙ୍କୁ ନିଜ ହେପାଜତକୁ ନେବାକୁ ଚେଷ୍ଟା କରିଥିଲା ସ୍ଥାନୀୟ ପୋଲିସ।

ଏନେଇ ସ୍ଥାନୀୟ ପୋଲିସଙ୍କୁ ଚନ୍ଦ୍ରବାବୁ ନାଇଡୁ ପଚାରିଥିଲେ କି ମୁଁ ୧୪ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଲି, ଏବେ ବିରୋଧୀଦଳର ନେତା ଅଛି , ଏହାପରେ ମୋତେ କ’ଣ ବିରୋଧ ପ୍ରଦର୍ଶନ କରିବାକୁ ଅନୁମତି ମିଳିବ ନାହିଁ। ପୋଲିସ କର୍ମୀ ମାନଙ୍କ ସହ ଯୁକ୍ତି ତର୍କ ପରେ ଚନ୍ଦ୍ରବାବୁ ନାଇଡୁ ବିମାନବନ୍ଦର ଭିତରେ ଧାରଣାରେ ବସିଥିଲେ।

Comments are closed.