Odisha Link
Bridging the Missing Links in Odisha

୩ ଗୁଣା ବଢିଲା ପ୍ଲାଟଫର୍ମ ଟିକେଟର ଦାମ୍

ନୂଆଦିଲ୍ଲୀ: ବୃଦ୍ଧି ପାଇଲା ପ୍ଲାଟଫର୍ମ ଟିକେଟର ଦାମ୍। ପୂର୍ବାପେକ୍ଷା ୩ ଗୁଣା ବଢିଲା ଦାମ୍ ଟିକେଟର ଦାମ୍ । ଏହା ଦିଲ୍ଲୀର ପ୍ରମୁଖ ଷ୍ଟେସନରେ ଆରମ୍ଭ କରାଯାଇଛି।

ପୂର୍ବରୁ ଗୋଟିଏ ପ୍ଲାଟଫର୍ମ ଟିକେଟ୍ ପାଇଁ ୧୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା ବେଳେ ଏବେ ୩୦ ଟଙ୍କା ଦେବାକୁ ହେବ । ୨୦୨୦ରେ କରୋନା ମାମଲା ବଢିବା ପରେ ପ୍ଲାଟଫର୍ମ ଟିକେଟ ସେବାକୁ ବନ୍ଦ କରି ଦିଆଯାଇଥିଲା।

କେବଳ ଟ୍ରେନ୍ ଯାତ୍ରୀଙ୍କୁ ଷ୍ଟେସନରେ ପ୍ରବେଶ ଅନୁମତି ମିଳୁଥିଲା । କେବଳ ଦିଲ୍ଲୀ ନୁହେଁ ମୁମ୍ବାଇରେ ପ୍ଲାଟଫର୍ମ ଟିକେଟର ଦାମ୍ ଅହେତୁକ ବୃଦ୍ଧି କରାଯାଇଛି । କେନ୍ଦ୍ରୀୟ ରେଳବାଇ ମୁମ୍ବାଇ ସହରର କିଛି ପ୍ରମୁଖ ଷ୍ଟେସନରେ ପ୍ଲାଟଫର୍ମ ଟିକେଟର ଦାମ୍ ୧୦ ଟଙ୍କାରୁ ୫୦ ଟଙ୍କାକୁ ବୃଦ୍ଧି କରିଥିଲା ।

ପ୍ଲାଟଫର୍ମ ଟିକେଟ୍ ସହ ରେଳବାଇ ଲୋକାଲ୍ ଟ୍ରେନ୍ ଭଡା ମଧ୍ୟ ବୃଦ୍ଧି ହୋଇଛି । ଏବେ ଯାତ୍ରୀ ଲୋକାଲ ଟ୍ରେନରେ ମଧ୍ୟ ଏକ୍ସପ୍ରେସ ଟ୍ରେନ୍ ଭଳି ଭଡା ଦେବେ । ଉଦାହରଣସ୍ୱରୂପ ଯାତ୍ରୀଙ୍କୁ ଏଣିକି ୧୦ ଟଙ୍କା ବଦଳରେ ୩୦ ଟଙ୍କା ଦେବାକୁ ପଡିବ ।

Comments are closed.