Odisha Link
Bridging the Missing Links in Odisha

କୁକୁଡା ଫାର୍ମ ପଛପଟୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ସୋର : ବାଲେଶ୍ବର ଜିଲ୍ଲା ପାଖର ପଞ୍ଚାୟତ କଳମଙ୍ଗା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଘରଠାରୁ ଶହେ ମିଟର ଦୂରରେ ପଡିଛି ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ।

ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି । ମୃତକ ହେଲେ ବାଲେଶ୍ବର ଜିଲ୍ଲା ପାଖର ପଞ୍ଚାୟତ କଳମଙ୍ଗା ଗାଁର ନରେନ୍ଦ୍ର ସାହୁଙ୍କ ସ୍ତ୍ରୀ ହେମଲତା ।
ପ୍ରକାଶ ଯେ, ଶୁକ୍ରବାର ରାତିରେ ଘରଠାରୁ ଶହେ ମିଟର ଦୂରରେ ଥିବା କୁକୁଡା ଫାର୍ମରେ ଶୋଇଥିଲେ।

ତେବେ ତାଙ୍କ ମୃତଦେହ ସେହି କୁକୁଡ଼ା ଫାର୍ମ ପଛ ପଟେ ପଡିଥିବା ଦେଖିବାକୁ ମିଳିଥିଲା । ମୃତଦେହ ଦେଖି ଘର ଲୋକ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ହେମଲତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ମୃତ ମହିଳାଙ୍କ ଶବ ନିକଟରେ ଅନ୍ତଃବସ୍ତ୍ର ଏବଂ ଜୋତା ପଡିଛି । ମହିଳାଙ୍କ ସହିତ କୁକୁଡ଼ା ଫାର୍ମରେ ସାନ ପୁଅ ଶୋଇଥିଲେ । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୁଲିସ ।

Comments are closed.