Odisha Link
Bridging the Missing Links in Odisha

ପଶ୍ଚିମବଙ୍ଗ ନିର୍ବାଚନ: ପଦ୍ମ ଧରିବେ ମିଥୁନ!

କୋଲକାତା: ଆଉ ଦିନ କେଇଟା ପରେ ହେବ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏହାପୂର୍ବରୁ ଜମୁଛି ରାଜନୀତି। ବିଭିନ୍ନ ଦଳ ରାଜନୈତିକ ଅଙ୍କକଷା ଆରମ୍ଭ କରିଥିବା ବେଳେ ଅନ୍ୟପଟେ ଦଳଡିଆଁ ରାଜନୀତି ଦେଖିବାକୁ ମିଳିଛି। ଏସବୁ ମଧ୍ୟରେ ବଲିଉଡର ଖ୍ୟାତନାମା ଅଭିନେତର ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ସାମିଲ ହେବା ନେଇ ହେଉଛି ଜୋରଦାର ଚର୍ଚ୍ଚା।

ଆସନ୍ତାକାଲି କୋଲକାତାର ବ୍ରିଗେଡ ମଇଦାନରେ ଏକ ନିର୍ବାଚନୀ ରାଲିରେ ଯୋଗଦେବେ ପିଏମ୍‌ ମୋଦୀ। ଏହି ଅବସରରେ ମିଥୁନ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି।

ସୂଚନା ଥାଉକି, ଗତମାସରେ ମିଥୁନ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ମିଥୁନଙ୍କୁ ସାକ୍ଷାତ କରିଥିଲେ । ଏହା ପରଠାରୁ ସେ ବିଜେପିରେ ମିଶିବା ଅନୁମାନ କରାଯାଉଛି । ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମିଥୁନ ବିଜେପିରେ ସାମିଲ ହେଲେ ରାଜ୍ୟ ରାଜନୀତିରେ ବିଜେପି-ଟିଏମ୍‌ସି ଲଢ଼େଇ ଜୋରଦାର ହେବ ।

Comments are closed.