Odisha Link
Bridging the Missing Links in Odisha

IPLରେ ଓଡ଼ିଆ ପୁଅ ରାଜେଶ !

ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର। କାରଣ ଆଇପିଏଲରେ ଓଡ଼ିଆ ପୁଅ। ଓଡ଼ିଶାର ଷ୍ଟାର ବୋଲର ରାଜେଶ ମହାନ୍ତି ୨୦୨୧ ଆଇପିଏଲ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସ୍‌ ଟିମର ବ୍ୟାଟସମ୍ୟାନଙ୍କୁ ବୋଲିଂ କରିବେ। ଅର୍ଥାତ୍‌ ରାଜେଶଙ୍କୁ ଏମଆରଏଫ‌ ପେସ୍‌ ଫାଉଣ୍ଡେସନ୍‌ ଚେନ୍ନାଇ ସୁପର କିଙ୍ଗସର ନେଟ୍‌ ବୋଲର ଭାବେ ମନୋନୀତ କରିଛି।

ନିକଟରେ ୨୦୨୧ ଆଇପିଏଲ ସଂସ୍କରଣ ପାଇଁ ସରିଥିବା ନିଲାମି ପ୍ରକ୍ରିୟାରେ କୌଣସି ଓଡ଼ିଆ ଖେଳାଳିଙ୍କୁ ଫ୍ରାଞ୍ଚାଇଜ୍‌ କିଣିନଥିଲେ। ହେଲେ ରାଜେଶ ଏବେ ଯେଉଁ ସୁଯୋଗ ପାଇଛନ୍ତି ତାହା ନିଶ୍ଚୟ ଆଗକୁ ବଢ଼ିବାରେ ସହାୟକ ହେବ। ରାଜେଶ ଧୋନି, ଡୁପ୍ଲେସିସ୍, ଜାଡେଜା, ରାଇନା ଅମ୍ବାତି ରାୟୁଡୁଙ୍କ ଭଳି ଷ୍ଟାର ଖେଳାଳିଙ୍କୁ ବୋଲିଂ କରିବେ ରାଜେଶ।

୨୦ ବର୍ଷୀୟ ଏହି ଯୁବ ବୋଲର ଜୁନିୟର ପରେ ଓଡ଼ିଶା ସିନିୟର ଟିମ୍ ପକ୍ଷରୁ ବହୁ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ସେ ଓଡ଼ିଶା ସିନିୟର ଟିମର ନିୟମିତ ସଦସ୍ୟ ଅଛନ୍ତି। ଆଇପିଏଲରେ ଚେନ୍ନାଇ ଭଳି ଟିମ୍ ସହ ପ୍ରାକ୍ଟିସ୍ କରି ଅଭିଜ୍ଞତା ସହ ନିଜ ଦକ୍ଷତାରେ ଉନ୍ନତି କରିବା ପାଇଁ ରାଜେଶଙ୍କ ପାଖରେ ଭଲ ସୁଯୋଗ ରହିଛି।

ବର୍ତ୍ତମାନ ଓଡ଼ିଶାର ଏହି ଯୁବ ଦ୍ରୁତ ବୋଲର ରାଜେଶ ଏମ୍‌ଆର‌୍‌ଏଫ୍‌ ପେସ୍‌ ଫାଉଣ୍ତେସନ୍‌ରେ ପ୍ରଶିକ୍ଷଣ ନେଉଛନ୍ତି। ଆଇପିଏଲ୍‌ ସହ ପରୋକ୍ଷ ଭାବେ ଜଡ଼ିତ ହେବା ଦ୍ବାରା ଏବେ ରାଜେଶଙ୍କୁ ତାଙ୍କର ଦକ୍ଷତା ବୃଦ୍ଧି କରାଇବାରେ ଏହା ଅନେକ ସହାୟକ ହେବ। ଏଥିସହିତ ତାରକା ଖେଳାଳିମାନଙ୍କୁ ବୋଲି˚ କରିବା ଦ୍ବାରା ତାଙ୍କର ଆତ୍ମବିଶ୍ବାସ ମଧ୍ୟ ବୃଦ୍ଧି ପାଇବ। ତେଣୁ ଆଗାମୀ ଘରୋଇ କ୍ରିକେଟ ଋତୁରେ ଏହା ଓଡ଼ିଶାକୁ ମଧ୍ୟ ଫାଇଦା ଦେବ ବୋଲି ଓସିଏ ସଭାପତି ପଙ୍କଜଲୋଚନ ମହାନ୍ତି, ସମ୍ପାଦକ ସ˚ଜୟ ବେହେରା ଶୁଭେଚ୍ଛା ଜଣାଇବା ଅବସରରେ ଆଶା ପ୍ରକାଶ କରିଛନ୍ତି।

Comments are closed.