Odisha Link
Bridging the Missing Links in Odisha

ଶ୍ରୀମନ୍ଦିରରେ ରକ୍ତ ଛିଟା, ମହାସ୍ନାନ କଲେ ମହାପ୍ରଭୁ

ପୁରୀ: ଶ୍ରୀମନ୍ଦିରରେ ରକ୍ତ ଛିଟା। ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ଛିଟା ପଡିଥିବା ଦେଖିବାକୁ ମିଳିଥିଲା। ପରମ୍ପରା ଅନୁସାରେ ମନ୍ଦିରରେ ରକ୍ତ ଛିଟା ପଡ଼ିଲେ ମହାପ୍ରଭୁଙ୍କର ମହାସ୍ନାନ ହୋଇଥାଏ। ତେଣି ଅଜି ପରମ୍ପରା ଅନୁସାରେ ମହାପ୍ରଭୁଙ୍କର ମହାସ୍ନାନ ଅନୁଷ୍ଠିତ ହୋଇଛି।

ତେବେ ଅବକାଶ ନୀତି ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ସମ୍ପନ୍ନ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ କେମିତି ଶ୍ରୀମନ୍ଦିର ଭିତରେ ରକ୍ତ ଛିଟା ପଡିଲା ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ । ସେ ନେଇ ଅଧିକ ଖୋଳତାଡ ଜାରି ରହିଛି ।

Comments are closed.