ଭାରତର ସର୍ବଶ୍ରେଷ୍ଠ ଗୋପାଳକ ଭାବେ ସମ୍ମାନିତ ହେଲେ ଧୋନୀ
ନୂଆଦିଲ୍ଲୀ: ପୂର୍ବ ଭାରତର ସର୍ବଶ୍ରେଷ୍ଠ ଗୋପାଳକ ଭାବେ ସମ୍ମାନିତ ହେଲେ ମହେନ୍ଦ୍ର ସିଂ ଧୋନୀ। ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଏବେ ଚାଷ ଓ ପଶୁପାଳନ କ୍ଷେତ୍ରରେ ମନ ବଳାଇଛନ୍ତି।
ଧୋନୀଙ୍କ ଅନୁପସ୍ଥିତିରେ ତାଙ୍କ କର୍ମଚାରୀ କୁନାଲ୍ ଗୌରବ ଝାଡ଼ଖଣ୍ଡ ବିଧାନସଭା ବାଚସ୍ପତି ରବିନ୍ଦ୍ରନାଥ ମହତୋଙ୍କ ହାତରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ଅବସରରେ ଗୌରବ କହିଛନ୍ତି ଯେ, ବର୍ତ୍ତମାନ ଧୋନୀ ୭୩ଟି ଗାଈ ରଖିଛନ୍ତି।
ଯେତେବେଳେ ସେ ସହରରେ ଥାଆନ୍ତି ସେତେବେଳେ ଦିନରେ ଥରେ ସେ ଏମାନଙ୍କ ପାଖକୁ ନିଶ୍ଚିତ ଆସିଥା’ନ୍ତି। ଧୋନୀ ୧୦ ଏକର ଜମିରେ ଫଳ ଓ ପନିପରିବା ଚାଷ କରିଛନ୍ତି, ଯାହାକୁ କି ସ୍ଥାନୀୟ ବଜାରରେ ବିକ୍ରି କରାଯାଇଥାଏ। ଲକ୍ଡାଉନ ସମୟରେ ସେ ଏକ ଟ୍ରାକ୍ଟର ମଧ୍ୟ କିଣିଥିଲେ।
Comments are closed.