Odisha Link
Bridging the Missing Links in Odisha

ଆଜିଠୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢ଼ିବ ତାତି

ଭୁବନେଶ୍ବର: ଆଜିଠୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢ଼ିବ ତାତି। ପାରଦ ୪୦ ଡିଗ୍ରୀ ଅତିକ୍ରମ କରିବା ସହ ତାତି ବଢ଼ିବ। ଦକ୍ଷିଣ ଆଭ୍ୟନ୍ତରୀଣ ଓ କେନ୍ଦ୍ରୀୟ ଓଡ଼ିଶାର କେତେକ ସ୍ଥାନରେ ଭୀଷଣ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଏପରି ତାତି ଲାଗି ରହିବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରି ତଳେ ରହିବା ସହ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ବିଶେଷ କିଛି ପରିବର୍ତ୍ତନ ହେବ ନାହିଁ। ତେବେ ଆସନ୍ତା ୧୧ ତାରିଖରୁ ତାତି ବଢ଼ିପାରେ ବୋଲି କେନ୍ଦ୍ର କହିଛି। ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନା ମୁତାବକ, ଭୁବନେଶ୍ବର ସମେତ ସମସ୍ତ ଉପକୂଳ ଓ ଦକ୍ଷିଣ ଉପକୂଳ ସଂଲଗ୍ନ ଜିଲ୍ଲାରେ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ତାପମାତ୍ରା କମ୍‌ ରହିବ। ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ୩୭ରୁ ୩୮ଡିଗ୍ରି ମଧ୍ୟରେ ରହିବ। ୧୧ ତାରିଖରୁ ତାପମାତ୍ରା ବଢ଼ିବ ଓ ୧୪ ତାରିଖ ପର୍ଯ୍ୟନ୍ତ ପାଖାପାଖି ୪୦ ଡିଗ୍ରି ରହିବ। ୧୫ ତାରିଖରେ ପୁଣି ବଢ଼ି ୪୦ ଡିଗ୍ରି ଅତିକ୍ରମ କରିବ।

Comments are closed.