Odisha Link
Bridging the Missing Links in Odisha

ଦୁଇ ଦିନ ପାଇଁ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୨୧ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ବର ବିମାନବନ୍ଦରରେ ପହଁଚିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।

୨୨ ତାରିଖରେ କୋଣାର୍କ ଯାଇ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ କୋଣାର୍କ ଠାରେ ଭାରତୀୟ ତୈଳ ନିଗମ ଦ୍ବାରା ନିର୍ମିତ ବ୍ୟାଖ୍ୟାନମାଳା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି କୋଣାର୍କରେ କାର୍ଯ୍ୟକ୍ରମ ସାରିବା ପରେ ରାଷ୍ଟ୍ରପତିଙ୍କ ରାଉରକେଲା ଏନଆଇଟିର ସମାବର୍ରତ୍ତନ ଉତ୍ସବରେ ଯୋଗଦେବେ। ସେପଟେ ରାଷ୍ଟ୍ରପତିଙ୍କୁ ଓଡିଶା ଗସ୍ତ ନେଇ ସୂଚନା ମିଳିବା ପରେ ଏବେ ଠାରୁ ଶୃଙ୍ଖଳା ଏବଂ ସୁରକ୍ଷା ଦାୟିତ୍ବକୁ ଗୁରୁତ୍ବ ଦିଆଗଲାଣି। ଅନ୍ୟପଟେ ପ୍ରଶାସନିକ ସ୍ତରରେ ମଧ୍ୟ ଏନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଏନଆଇଟି ରାଉରକେଲାର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ନେଇ ସମୟ ଧାର୍ଯ୍ୟ ହୋଇସାରିଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Comments are closed.