Odisha Link
Bridging the Missing Links in Odisha

ନୂଆ ପୁଲିସ କମିଶନର ହେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ

ଭୁବନେଶ୍ୱର : ବଦଳିଲେ କଟକ-ଭୁବନେଶ୍ୱର ପୁଲିସ କମିଶନର। ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ନୂଆ ପୁଲିସ କମିଶନର ହେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ। ଏବେ ସେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି।

୧୯୯୫ ବ୍ୟାଚ୍ ବରିଷ୍ଠ ଆଇପିଏସ୍ ହେଉଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ। ଦୀର୍ଘ ଦେଢ ବର୍ଷ ଧରି ସୁଧାଂଶୁ ଷଡଙ୍ଗୀ ପୁଲିସ୍‌ କମିଶନର ବାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କୁ ପୁଲିସ କମିଶନର ପଦବୀରୁ ହଟାଇ ପୁଲିସ ହାଉସିଂ ବୋର୍ଡ ସିଏମଡି ଭାବେ ନିଯୁକ୍ତି ଦିଆଯାଇଛି।

ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୮୮ ବ୍ୟାଚ୍ ଆଇପିଏସ ଏମ.ଅକ୍ଷୟଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ବଦଳି କରାଯାଇଛି ।

ସେ କେନ୍ଦ୍ରୀୟ ଡେପୁଟେସନରୁ ଫେରି ପୁଲିସ ହାଉସିଂବୋର୍ଡ ସିଏମଡି ଭାବେ କାର୍ଯ୍ୟ କରୁଥିଲେ। ସତ୍ୟଜିତ ମହାନ୍ତି ଅବସର ନେଇ ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ହେବାପରେ ଅଗ୍ନିଶମ ଡିଜି ପଦ ଖାଲି ପଡ଼ିଥିଲା।

Comments are closed.