ପ୍ରେମିକର ଉନ୍ମତ୍ତକାଣ୍ଡ, ପ୍ରେମିକାକୁ ଆକ୍ରମଣ ବେଳେ ମା’ର ମୃତ୍ୟୁ

କଳାହାଣ୍ଡି: ଏକ ତରଫା ପ୍ରେମକୁ ନେଇ ପ୍ରେମିକର ଉନ୍ମତ୍ତକାଣ୍ଡ। ପ୍ରେମିକାର ଗଳା କାଟିବା ଉଦ୍ୟମ କଲା ପ୍ରେମିକ। ଝିଅକୁ ବଞ୍ଚାଇବାକୁ ଯାଇ ମା’ର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି କେସିଙ୍ଗା ଥାନା କର୍ଲାଖୁଂଟା ଗାଁରେ। ମୃତ ମହିଳାଙ୍କ ନାଁ ସିନ୍ଧୁ ବାଗ(୫୦) ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ପ୍ରାଥମିକ ତଦନ୍ତରୁ ଏକ ତରଫା ପ୍ରେମ ବୋଲି ସନ୍ଦେହ କରାଯାଉଛି।
ସୂଚନା ମୁତାବକ, ଆଜି ସକାଳେ ସିନ୍ଧୁ ଓ ତାଙ୍କ ଝିଅ ଗାଁ ପୋଖରୀରୁ ଫେରୁଥିଲେ। ଏହି ସମୟରେ ତିଲକ ଏକ ଧାରୁଆ ଅସ୍ତ୍ରରେ ହଠାତ୍ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲା। ତିଲକ ଯୁବତୀଙ୍କ ଗଳା କାଟି ଦେଇଥିଲେ। ତେବେ ଝିଅକୁ ବଞ୍ଚାଇବାକୁ ଯାଇ ସିନ୍ଧୁ ପ୍ରୟାସ କରୁଥିବା ବେଳେ ତିଲକ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏଥିରେ ସିନ୍ଧୁଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କ ଝିଅକୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଯୁବତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ରହିଛି।