ତାରାତାରିଣୀ ପାଇଁ ଆସିଲା ନୂଆ ଗାଇଡଲାଇନ୍

ଗଞ୍ଜାମ: ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାରେ ଲାଗିଲାଣି। ସଂକ୍ରମଣ ଦୃଷ୍ଟିରେ ରଖି ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ଯାତ୍ରା ପାଇଁ ନୂଆ ଗାଇଡଲାଇନ୍ ଜାରିକରାଯାଇଛି। ଗାଇଡଲାଇନ୍ ମୁତାବକ, ଜିଲ୍ଲା ବାହାରର ଲୋକଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଉପରେ ରୋକ ଲାଗାଟାଇଛି। ଏହା ସହ ମା’ଙ୍କ ପ୍ରସାଦ ପାହାଡ ତଳେ ମିଳିବ। ପାହାଡ ଉପରକୁ ଯାନବାହନ ଦେଇପାରିବେନି ଶ୍ରଦ୍ଧାଳୁ।
ଭକ୍ତଙ୍କ ପାଇଁ ଗାଡିର ବ୍ୟବସ୍ଥା କରିବ ଜିଲ୍ଲା ପ୍ରଶାସନ। ତାରାତାରିଣୀ ମନ୍ଦିର ନିକଟରେ ଦୋକାନ ବଜାର ବନ୍ଦ ରହିବ। ସକାଳ ୬ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଭକ୍ତମାନେ ମା’ଙ୍କ ଦର୍ଶନ କରିପାରିବେ। ମାସ୍କ ଓ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।