Odisha Link
Bridging the Missing Links in Odisha

ବିଜୁବାବୁଙ୍କର ସାନପିଲା ନୂଆପଡ଼ା ଏବେ ସଶକ୍ତ ଓ ସବୁଜ ହୋଇଛି: ମୁଖ୍ୟମନ୍ତ୍ରୀ

ନୂଆପଡା: ନୂଆପଡା ବିକାଶର ନୂଆ ଇତିହାସ ଲେଖୁଛି। ଓଡ଼ିଶା ପାଇଁ ନୂଆପଡ଼ା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆଜି ନୂଆପଡ଼ା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନୂଆପଡ଼ା ଗସ୍ତରେ ଯାଇ ଲୋୟର ଇନ୍ଦ୍ର ଜେଳସେଚନ ପ୍ରକଳ୍ପର ଉଦଘାଟନ କରିବା ସହ ଖଡ଼ିଆଳରେ ଆୟୋଜିତ ସଭାରେ ୪ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ସହ ଶିଳାନ୍ୟାସ କରିଛନ୍ତି।

ନୂଆପଡାବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମୟରେ ନବୀନ କହିଛନ୍ତି ଯେ ସ୍ବାଧୀନତା ସଂଗ୍ରାମରେ ନୂଆପଡାର ଭେଲା ଗାଁର ମହିଳାମାନଙ୍କର ଅନନ୍ୟ ଅବଦାନ ରହିଥିଲା। ଏଣୁ ଏଠାରେ ସଂଗ୍ରୀମୀଙ୍କ ସ୍ମୃତି ସ୍ଥଳ କରାଯିବ। ନୂଆପଡ଼ା ଏବେ ମରୁଡ଼ିରୁ ସବୁଜିମାର ଉଦାହଣ ହୋଇଛି। ଏଠାକାର ଫ୍ଲୋରାଇଡ ସମସ୍ୟା ପାଇଁ ଲୋକେ ପିଇବା ପାଣି ପାଉନଥିଲେ ଏବେ କିନ୍ତୁ ୫୫ ପ୍ରତିଶତ ଘରକୁ ପିଇଇବା ପାଣି ପହଞ୍ଚିପାରିଛି।

୨୦୨୨ ସୁଦ୍ଧା ଜିଲ୍ଲାର ସବୁ ପରିବାରକୁ ପାଇପ ପାଣି ଯୋଗାଇ ଦିଆଯିବ ଏଥିପାଇଁ ୭୦୦ କୋଟି ଟଙ୍କାର ୨୦୫ ଟି ପାଇପ ୱାଟର ସପ୍ଲାଏ ପ୍ରକଳ୍ପ ଓ ଗୋଟିଏ ମେଗା ପାଇପ ୱାଟର ସପ୍ଲାଏ ପ୍ରୋଜେକ୍ଟ କାମ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଲୋୟର ଇନ୍ଦ୍ର ପ୍ରକଳ୍ପ ଯୋଗୁଁ ନୂଆପଡ଼ାର କୋମନା, ଖଡ଼ିଆଳ ଓ ବଲାଙ୍ଗିରର ବଙ୍ଗୋମୁଣ୍ଡା ମୁରିବାହାଲ ଓ ଟିଟଲାଗଡ଼ ବ୍ଲକର ୨୦୦ଟି ଗାଁର ୧ ଲକ୍ଷ ୮୦ ହଜାର ଲୋକ ଉପକୃତ ହେବେ ବୋଲି ସେ ସୂଚନା ଦେଇଛନ୍ତି।

ନୂଆପଡାରେ କ୍ରୀଡା ଭିତ୍ତିଭୂମି ସୁଦୃଢ କରିବା ପାଇଁ ନୂଆପଡା ଓ ଖଡିଆଳ ଦୁଇଟି ଇଣ୍ଡୋର ଷ୍ଟାଡିୟମ କରାଯିବ। ଖଡିଆଳ ସ୍ୱୟଂଶାସିତ କଲେଜରେ କ୍ରୀଡା ସୁବିଧାର ବିକାଶ କରାଯିବ ବୋଲି ଘୋଷଣା କରିଛନ୍ତି ନବୀନ। ବିଜୁବାବୁଙ୍କର ସେଦିନର ସାନ ପିଲା ”ନୂଆପଡା” ଆଜି ବଡ ହୋଇଛି। ସଶକ୍ତ ହୋଇଛି। ସବୁଜ ହୋଇଛି। ଓଡ଼ିଶାର ବିକାଶ ଯାତ୍ରାରେ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆଗକୁ ନୂଆପଡ଼ାର ବିକାଶ ଧାରା ଆହୁରି ବଢିବ ବୋଲି କହି ଆନନ୍ଦ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ।

Comments are closed.