Odisha Link
Bridging the Missing Links in Odisha

କୂଅରେ ପଡ଼ିଲା ହାତୀ, ଉଦ୍ଧାର କାର୍ଯ୍ୟ ଜାରି

ବନ୍ତଳା: କୂଅରେ ପଡ଼ିଲା ହାତୀ। ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତ ବାଲିଜେରେଙ୍ଗ ଗାଁର ଏକ କୂଅରେ ହାତୀ ପଡି ଦୀର୍ଘ ୮ଘଣ୍ଟା ହେଲା ଛଟପଟ ହେଉଛି। ରାତି ପ୍ରାୟ ୨ଟା ବେଳେ ହାତୀଟି ଏହି କୂଅରେ ପଡ଼ିଥିବା ବେଳେ ଏ ପର୍ଯ୍ୟନ୍ତ ଉଦ୍ଧାର ହୋଇନାହିଁ। ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ହାତୀଟିକୁ ଉଦ୍ଧାର କରାଯାଇ ପାରିନାହିଁ।

ଅନୁଗୁଳ ଦମକଳ ବାହିନୀ ମଧ୍ୟ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ କୂଅ ପାର୍ଶ୍ଵରେ ଗାତ ଖୋଳିବାକୁ ଦରକାର ପଡୁଥିବା ଜେସିବି ମେସିନ ଆସିଲେ ହାତୀ ଉଦ୍ଧାର ହେବ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ଅନୁଗୁଳ ବନାଞ୍ଚଳ ପୁରୁଣାଗଡ଼ ସେକ୍ସନର ବାଳିଜେରେଙ୍ଗ ଗାଁରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଥିଲା। ତେବେ ବିଳମ୍ବିତ ରାତିରେ ହାତୀପଲ ଗାଁକୁ ଆସିଥିବା ବେଳେ ଏକ ହାତୀ ଗାଁର ସୁରଥ ସାହୁଙ୍କ ବାଡ଼ିରେ ଥିବା କୂଅରେ ପଡ଼ି ଯାଇଥିଲା। ଆଜି ସକାଳୁ ଗ୍ରାମବାସୀ ହାତୀକୁ ଏହି ଅବସ୍ଥାରେ ଦେଖି ବନ ବିଭାଗ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପରେ ଅନୁଗୁଳ ରେଞ୍ଜର ସତ୍ୟବ୍ରତ ପ୍ରଧାନ ଓ ଜରପଡ଼ା ରେଞ୍ଜର ହୃଦାନନ୍ଦ ନଏକଙ୍କ ସହ ଅନ୍ୟ କର୍ମଚାରୀମାନେ ପହଞ୍ଚିଛନ୍ତି।

Comments are closed.