Odisha Link
Bridging the Missing Links in Odisha

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ମୃତ, ୧୨ ଆହତ

ଯୋଧପୁର: ରାଜସ୍ଥାନର ଯୋଧପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଏକ ପର୍ଯ୍ୟଟକ ବସ୍ ଓ ଟ୍ରକ୍ ମୁହାଁମୁହିଁ ହୋଇଛନ୍ତି। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି।

୧୨ ଜଣ ଆହତଙ୍କ ମଧ୍ୟରୁ ୬ ଜଣ ଶିଶୁ ଥିବା ଜଣାପଡ଼ିଛି। ସମସ୍ତ ମୃତାହତ ବ୍ୟକ୍ତି ଦିଲ୍ଲୀର ବାସିନ୍ଦା ବୋଲି ଜଣାପଡ଼ିଛି। ପୋଲିସ ଏ ନେଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଆହତଙ୍କୁ ହସ୍ପିଟାଲକୁ ପଠାଇଛି।

ସୂଚନା ମୁତାବକ, ଦିଲ୍ଲୀରୁ ପର୍ଯ୍ୟଟକ ମାନେ ବସରେ ଯୋଧପୁର ଯାଉଥିଲେ। ୧୧ ଜାତୀୟ ଜାତୀୟ ରାଜପଥର ଫାଲୋଡ଼ି ନିକଟରେ ଏକ ଗାଁ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା। ଡ୍ରାଇଭରର ଅସାବଧାନତା କାରଣରୁ ଏହି ଦୁର୍ଘଟଣା ଘଟିଛି ବୋଲି ପୋଲିସ ଅନୁମାନ କରାଯାଇଛି।

Comments are closed.