Odisha Link
Bridging the Missing Links in Odisha

୧୬ରୁ ଭିସୁଟ୍‌ରେ ଅଫଲାଇନ୍ କ୍ଲାସ୍ ଆରମ୍ଭ

ସମ୍ବଲପୁର: ଆସନ୍ତା ୧୬ ତାରିଖରୁ ବୁର୍ଲା ଭିସୁଟରେ ଅଫଲାଇନ୍ କ୍ଲାସ୍ ଆରମ୍ଭ। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟରେ ଏକାଧିକ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା କାରଣରୁ ସମସ୍ତ ସେମିଷ୍ଟାର ଓ କ୍ଲାସକୁ ବାତିଲ କରାଯାଇଥିଲା।

ଭିସୁଟର ସମସ୍ତ ଛାତ୍ରଛାତ୍ରୀ ସେମାନଙ୍କ କ୍ଲାସ୍ ଓ ପରୀକ୍ଷାକୁ ଅନଲାଇନ୍ ମାଧ୍ୟମରେ ଦେବା ପାଇଁ ଭିସୁଟ୍ କୁଳପତି ନିର୍ଦ୍ଦେଶ ଦେଇଥିଲେ। ଭିସୁଟରେ କରୋନା ହ୍ରାସ ପାଇଥିବାରୁ ପୁଣି ଥରେ ଅଫଲାଇନରେ କ୍ଲାସ୍ ଆରମ୍ଭ ହେବ।

ଆସନ୍ତା ୧୬ ତାରିଖରୁ ଅଫଲାଇନ୍ କ୍ଲାସ୍ ହେବ। ଭିସୁଟର ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ଛାତ୍ରଛାତ୍ରୀ ଅଫଲାଇନରେ କ୍ଲାସ୍ କରିବେ। ବିଶ୍ବବିଦ୍ୟାଳୟର ଦ୍ଵିତୀୟ ସେମିଷ୍ଟାରରୁ ୧୦ସେମିଷ୍ଟାର ପର୍ଯ୍ୟନ୍ତ ସମସ୍ତ ପ୍ରାକ୍ଟିକାଲ, ସେସନ କ୍ଲାସ୍, ଥେଓରି କ୍ଲାସ୍, ଡ୍ରଇଂ କ୍ଲାସ୍ ଅଫଲାଇନରେ ଦେବା ନିମନ୍ତେ ଭିସୁଟ୍ କୁଳପତି ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଭିସୁଟ୍ କୁଳପତି ବିଜ୍ଞପ୍ତି ଜାରି କରିଛନ୍ତି।

Comments are closed.