Odisha Link
Bridging the Missing Links in Odisha

ଜମ୍ମୁ-କଶ୍ମୀରରେ ୭ ଆତଙ୍କବାଦୀ ସହଯୋଗୀ ଗିରଫ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ୭ ଆତଙ୍କବାଦୀ ସହଯୋଗୀ ଗିରଫ। ଦକ୍ଷିଣ କଶ୍ମୀରର ଶୋପିଆଁ ଜିଲ୍ଲାର ଏକାଧିକ ଅଞ୍ଚଳରୁ ୭ଜଣ ସହଯୋଗୀ ଆତଙ୍କବାଦୀମାନଙ୍କୁ ଗିରଫ କରାଯାଇଛି। ଜମ୍ମୁ ଓ କଶ୍ମୀର ପୁଲିସ ଏନେଇ ସୂଚନା ଦେଇଛି। ୭ଜଣ ଯାକ ଆତଙ୍କବାଦୀ ସଙ୍ଗଠନ ‘ହିଜବୁଲ୍‌ ମୁଜାହିଦୀନ’ର ସହଯୋଗୀ ବା ‘ଓଭର୍‌ ଗ୍ରାଉଣ୍ଡ୍‌ ଓ୍ଵାର୍କର୍‌’ ବୋଲି ଜଣାପଡ଼ିଛି।

ଗିରଫ ଆତଙ୍କବାଦୀଙ୍କ ସହଯୋଗୀମାନେ ହେଲେ, ମୀମେନ୍ଦର ବାସିନ୍ଦା ଫରୁକ୍‌ ଅହମଦ୍‌ ଚୋପାନ୍‌ଙ୍କ ପୁଅ ସମିଉଲ୍ଲା ଫାରୁକ୍‌, ଦଚିପୋରା ବାସିନ୍ଦା ମହମଦ୍‌ ଅମିନ୍‌ ଓ୍ଵାନିଙ୍କ ପୁଅ ହିଲାଲ୍‌ ଅହମଦ୍‌ ଓ୍ଵାନି, ମୁଜାଫର୍‌ ଅହମଦ୍‌ ଓ୍ଵାନିଙ୍କ ପୁଅ ରମୀଜ୍‌ ଓ୍ଵାନି, ରଶିଦ୍‌ ଓ୍ଵାନିଙ୍କ ପୁଅ ରୌଫ୍‌ ଅହମଦ୍‌ ଓ୍ଵାନି, ବଶିର୍‌ ଅହମଦ୍‌ ଓ୍ଵାନିଙ୍କ ପୁଅ ଜାହିଦ ହୁସେନ୍‌ ଓ୍ଵାନି, ବେହିଲ୍‌ ବାସିନ୍ଦା ମହମଦ୍‌ ୟୁସୁଫ୍‌ ଖାଁଙ୍କ ପୁଅ ଫୈୟାଜ୍‌ ଅହମଦ୍‌ ଖାଁ ଏବଂ ମହମଦ୍‌ ଇକ୍‌ବାଲ୍‌ଙ୍କ ପୁଅ ଶହିଦ ଅହମଦ୍‌ ରାଠର୍‌।

ଜାମ୍ମୁ ଓ କଶ୍ମୀର ପୁଲିସ ଏକ ବିବୃତିରେ କହିଛନ୍ତି ଯେ, ଚେକ୍‌ପୋଷ୍ଟ୍‍ରେ ଯାଞ୍ଚ ବେଳେ ଶୋପିଆଁ ପୁଲିସ ଆତଙ୍କବାଦୀମାନଙ୍କର ୭ଜଣ ସହଯୋଗୀଙ୍କୁ ଗିରଫ କରିଛି। ସର୍ଚ୍ଚ ସମୟରେ ସେମାନଙ୍କ ପାଖରୁ ଦୁଇଟି ହାତ ଗ୍ରେନେଡ୍‌, ତିନୋଟି ଏ.କେ. ଶ୍ରେଣୀୟ ମ୍ୟାଗାଜିନ୍‌, ୧୦୫ ରାଉଣ୍ଡ୍‌ ଅଫୁଟା ଏ.କେ. ଜବତ କରାଯାଇଛି। ସମସ୍ତଙ୍କ ନାଁରେ ଶୋପିଆଁ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି।

Comments are closed.