ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ବାପ-ପୁଅ ଗିରଫ

ବୌଦ୍ଧ: ରାଜ୍ୟରେ କିଛି ଦିନ ହେଲା ପ୍ରାୟତଃ ସବୁ ଜଙ୍ଗଲରେ ନିଆଁ ଜଳୁଛି। କିଛି ଦୁବୃର୍ତ୍ତ ଜଙ୍ଗଲରେ ନିଆଁ ଲଗାଉଛନ୍ତି। ଗତକାଲି ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ମୁଣ୍ଡେଶ୍ଵର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ବାପପୁଅ ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ଗୋଟିଏ ଦିଆସିଲି ଓ ୨ ଟି ଟାଙ୍ଗିଆ ଜବତ କରାଯାଇଛି।
ସୂଚନା ଅନୁଯାୟୀ ଗତକାଲି ରାତିରେ ମୁଣ୍ଡେଶ୍ଵର ସଂରକ୍ଷିତ ଜଙ୍ଗଲରେ ପେଟ୍ରୋଲିଂ ବେଳେ ୪ ଟି ସ୍ଥାନରେ ନିଆଁ ଲାଗିଥିଲା। ଏହାପରେ ନିଆଁ ଲଗାଉଥିବା ବାପ ପୁଅ ବନ ବିଭାଗ ସ୍କ୍ୱାର୍ଡକୁ ଦେଖି ଦୌଡି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସ୍କ୍ୱାର୍ଡ ହାତରେ ଧରା ପଡ଼ିଥିଲେ ବାପ ଆସନ ମାଝୀ ଓ ତାଙ୍କ ପୁଅ ଶ୍ୟାମଘନ ମାଝୀ।
ଗତ ୧୩ ତାରିଖ ପୁରୁଣାକଟକ ରେଞ୍ଜ ମୁଣ୍ଡେଶ୍ଵର ଜଙ୍ଗଲରୁ ୪ ଜଣଙ୍କୁ ଓ ଗତକାଲି ମନମୁଣ୍ଡା ରେଞ୍ଜ ସୁବର୍ଣ୍ଣଗିରି ଜଙ୍ଗଲରୁ ବନ୍ଧୁକ ସହ ୨ ଜଣଙ୍କୁ ଗିରଫ କରି ବନ ବିଭାଗ କୋର୍ଟ ଚାଲାଣ କରିଥିବା ବେଳେ ଆଜି ଏହି ବାପପୁଅଙ୍କୁ କୋର୍ଟ ଚାଲାଣ କରାଯିବ।