ଆଜି ବାହା ହେବେ ବୁମରା! ବିବାହ ଉତ୍ସବରେ ଫୋନ୍ କଟକଣା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ପେସ୍ ବୋଲର ଯଶପ୍ରୀତ୍ ବୁମରାଙ୍କ ବିବାହକୁ ନେଇ ଲାଗି ରହିଥିବା ଚର୍ଚ୍ଚାର ଜବନିକା ପଡ଼ିବାକୁ ଯାଉଛି। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୀ ଆଜି ଗୋଆରେ ବୁମରା ସ୍ପୋର୍ଟସ୍ ଆଙ୍କର ସଞ୍ଜନା ଗଣେଶନଙ୍କୁ ବିବାହ ହେବାକୁ ଯାଉଛନ୍ତି। ବିବାହ ଉତ୍ସବରେ ଦୁଇ ଜଣଙ୍କ ପରିବାରର ସଦସ୍ୟ ଓ କିଛି ଘନିଷ୍ଠ ବନ୍ଧୁ ହିଁ ଯୋଗ ଦେବେ ବୋଲି ସୂଚନା ରହିଛି। ଏଥିସହିତ ବିବାହ ଉତ୍ସବକୁ ଯିବାକୁ ଥିବା କୌଣସି ବି ଅତିଥି ଫୋନ୍ ନେଇ ପ୍ରବେଶ କରି ପାରିବେନି ବୋଲି ଜାତୀୟ ଗଣମାଧ୍ୟମ ସଂସ୍ଥା ଟାଇମସ୍ ନାଓରେ ପ୍ରକାଶ ପାଇଛି।
ଏଥିସହିତ ରବିବାର ଦିନ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍ ଖେଳୁଥିବା ବେଳେ ଅନ୍ୟପଟେ ବୁମରାଙ୍କ ବିବାହ ପୂର୍ବରୁ ଯେଉଁ ରୀତିନିତୀ ପାଳନ କରାଯାଏ ତାହା ଅନୁଷ୍ଠିତ ହୋଇଥିଲା ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏସବୁ ମଧ୍ୟରେ ବୁମରା କାହାକୁ ବାହା ହେବେ ନେଇ ଲାଗି ରହିଥିବା ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଛେଦ। କାରଣ ଅଭିନେତ୍ରୀ ତାରା ଶର୍ମା ବୁମରା ଓ ସଞ୍ଜନାଙ୍କୁ ବିବାହ ପାଇଁ ଜଣାଇଛନ୍ତି ଶୁଭେଚ୍ଛା। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।