ରାଜ୍ୟକୁ ଲେଉଟିଲା କରୋନା

ବ୍ରହ୍ମପୁର: ରଜ୍ୟକୁ ପୁଣି ଫେରିଛି କରୋନା। ବ୍ରହ୍ମପୁର ଟାଟାପାୱାର ଦକ୍ଷିଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଅଫିସରେ କିଛି କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ତେବେ ରାଜ୍ୟ ବାହାରୁ ଆସିବା ପରେ ଅଧିକାରୀମାନେ ପଜିଟିଭି ଆକ୍ରାନ୍ତ ହୋଇଛନ୍ତି।
କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଟକଣା ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ବାହାରୁ ଆସିଲେ ୭ ଦିନ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି ।
ଅଗ୍ନିଶମ ବିଭାଗ ପକ୍ଷରୁ କାର୍ଯ୍ୟାଳୟକୁ ସାନିଟାଇଜ୍ କରାଯାଇଛି । ଆସନ୍ତା ରବିବାର ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ ବନ୍ଦ ଘୋଷଣା କରାଯାଇଛି । ତେବେ ସର୍ବସାଧାରଣଙ୍କ ପ୍ରବେଶ ଉପରେ ବି କଟକଣା ଲାଗୁ କରାଯାଇଛି ।