Odisha Link
Bridging the Missing Links in Odisha

ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଶିକାରୀ ଗିରଫ

ଜି.ଉଦୟଗିରି: କନ୍ଧମାଳ ଜିଲ୍ଲା ରାଇକିଆ ବନବିଭାଗ ରେଞ୍ଜ୍ ମାଣିକେଶ୍ଵର ପଞ୍ଚାୟତ ବାଡାମାହା ଜଙ୍ଗଲରୁ ଜଣେ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ। ସେ ଜଙ୍ଗଲରେ ନିଆଁ ଲଗାଉଥିବା ସମୟରେ ଶିକାରୀଟି ଧରା ପଡ଼ିଥିଲା।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାଇକିଆ ବନବିଭାଗ ଫରେଷ୍ଟ ଗାର୍ଡ ଅଜିତ ଗଣ୍ଡା ଏବଂ ବିଷ୍ଣୁ ପ୍ରସାଦ ରଥ ଏକ ଟିମ୍ ଗଠନ କରି ବାଡାମାହା ଜଙ୍ଗଲରେ ଚଢଉ କରିଥିଲେ। ଚଢଉ ବେଳେ ମିଟୁ ପ୍ରଧାନ ନାମକ ଜଣେ ବ୍ୟକ୍ତିକୁ କାବୁ କରିଥିଲେ।

ମିଟୁ ପାଖରୁ ଏକ ଦେଶୀ ବନ୍ଧୁକ, ଗୁଳି, କୁରାଢି,କାତି ଏବଂ ଗୋଟିଏ ମୋବାଇଲ ଫୋନ ଜବତ କରାଯାଇଛି। ରେଞ୍ଜର ସୁନିଲ ସାହୁ କହିଛନ୍ତି ଯେ, ବନବିଭାଗ ଲଗାତର ନିଆଁ ରୋକିବାକୁ ଉଦ୍ୟମ କରୁଛି।

ଏହି କାର୍ଯ୍ୟ ଦକ୍ଷତା ଓ ପଦକ୍ଷେପ ଯୋଗୁଁ ରାଇକିଆ ଆଖପାଖ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବାରେ ସକ୍ଷମ ହୋଇଛି ବନ ବିଭାଗ ।

Comments are closed.