Odisha Link
Bridging the Missing Links in Odisha

ଓଡ଼ିଶାକୁ ଫେରିପାରେ ଲକଡ଼ାଉନ

ଭୁବନେଶ୍ୱର: ରାଜ୍ୟରେ ପୁଣି ମୁଣ୍ଡ ଉଠାଇଲାଣି କରୋନା। ପୁଣି ଓଡ଼ିଶାକୁ ଫେରିପାରେ ଲକଡ଼ାଉନ। ଏହାରି ଭିତରେ କୋଭିଡ ନିୟମ ନମାନିବାର ପରିଣାମନେଇ ସତର୍କ କରାଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ନିମୟ ନମାନିବା ଅର୍ଥ ଲକଡାଉନକୁ ଆମନ୍ତ୍ରଣ କରିବା ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ଦରକାର ପଡ଼ିଲେ ଅନ୍ୟ ରାଜ୍ୟଭଳି କଟକଣା ଲାଗୁ ହେବ। ସଂକ୍ରମଣ ବଢିଲେ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ଅଛୁ। ରାଜ୍ୟ ସରକାର କୋଭିଡ ସ୍ଥିତିର ସବୁଦିନ ସମୀକ୍ଷା କରୁଛନ୍ତି । ଦରକାର ପଡ଼ିଲେ ମେଡିକାଲ ବେଡ ସଂଖ୍ୟା ବୃଦ୍ଧି କରାଯିବ ବୋଲି କହିଛନ୍ତି ।

ଏହା ପୂର୍ବରୁ ଏସଆରସି ପ୍ରଦୀପ ଜେନା ସୂଚନା ଦେଇ କହିଥିଲେ ଯେ, ପୁଣି ଥରେ ସରପଞ୍ଚ, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଦାୟିତ୍ୱ ଦିଆଯିବ। ସେମାନେ ଗାଁକୁ ଆସୁଥିବା ବାହାର ଲୋକଙ୍କ ଉପରେ ନଜର ରଖିବେ। ଗାଁର କୋଭିଡ ପରିଚାଳନା କମିଟିକୁ ପୁଣି ସକ୍ରିୟ କରାଯିବ। ସ୍ଥିତି ଦେଖି ଲକଡାଉନ କି ଅନ୍ୟ ଦିଗ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଜେନା କହିଥିଲେ।

ପ୍ରକାଶ ଯେ, କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ରୋକାଯିବା ନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ମହାପାତ୍ର ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଏସଆରସି ଉପସ୍ଥିତ ଥିଲେ।

Comments are closed.