Odisha Link
Bridging the Missing Links in Odisha

୪ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ୪ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଟିଟିଲାଗଡ ବ୍ଲକର ପୂର୍ବତନ ଏସଇଓ ବଳରାମ ସୁନା ଚାକିରିରୁ ବରଖାସ୍ତ ହୋଇଛନ୍ତି । ସେହିପରି ଆଠମଲ୍ଲିକର ଷ୍ଟାଟିଷ୍ଟିକାଲ ଆସିଟାଣ୍ଟ ବସନ୍ତ ସାହୁ ଚାକିରିରୁ ବରଖାସ୍ତ ହୋଇଛନ୍ତି ।

ଅନ୍ୟ ୨ ସରକାରୀ ଅଧିକାରୀଙ୍କ ପେନସନ ବନ୍ଦ କରାଯାଇଛି । ଭୁବନେଶ୍ୱର ବିଇଡିର ପୂର୍ବତନ ଡିଜିଏମ ଦାମୋଦର ଦାସଙ୍କ ପେନସନ ବନ୍ଦ ହୋଇଛି ।

ଏହା ସହ ପୂର୍ବତନ ଏସଆଇ ଜଗନ୍ନାଥ ରାଓଙ୍କ ପେନସନ ବନ୍ଦ ହୋଇଛି । ଏଯାଏଁ ମୋଟ ୧୧୭ ଜଣ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର ।

Comments are closed.