Odisha Link
Bridging the Missing Links in Odisha

ଛେଳି ଚୋରି କରିବାକୁ ଆସି ବୋଲେରୋ ନେଇ ପଳାଇଲେ ଲୁଟେରା

ରାଇରଙ୍ଗପୁର : ଛେଳି ଚୋରି କରିବାକୁ ଆସି ବୋଲେରୋ ନେଇ ପଳାଇଲେ ଲୁଟେରା। ବୋଲେରୋକୁ ମୟୂରଭଞ୍ଜ ରାଇରଙ୍ଗପୁର ସହରରୁ ଜବତ କରାଯାଇଛି। ଏହି ଘଟଣାଟି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରୁ ଚୋରି ହୋଇଥିବା ଦୁଇଟି ବୋଲେରୋ ଜବତ ହୋଇଛି।

ପ୍ରକାଶ ଯେ, ଏକ ଗ୍ୟାରେଜରେ ରଙ୍ଗ ପାଇଁ ଥିବାବେଳେ ବୋଲେରୋ ଦୁଇଟିକୁ ଜବତ କରାଯାଇଥିଲା। ଏହା ସହିତ ଚୋରିରେ ସମ୍ପୃକ୍ତ ଓ କିଣିଥିବା ୨ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଥିଲା ।

ଭଦ୍ରକରୁ ଏକ ପୋଲିସ ଟିମ୍ ଆସି ରାଇରଙ୍ଗପୁର ପୋଲିସ ସହାୟତାରେ ଗାଡି ସହିତ ଦୁଇ ଜଣଙ୍କୁ ଗିରଫ କରିଥିଲା। ତେବେ ଛେଳି ଚୋରି କରିବାକୁ ଯାଇ ଭଦ୍ରକରୁ ବୋଲେରୋ ଚୋରି କରିବା ଓ ସିସିଟିଭିରେ ରେକର୍ଡ ହୋଇ ଯାଇଥିବାରୁ ପୋଲିସକୁ ସଫଳତା ମିଳିଥିଲା ବୋଲି କୁହାଯାଉଛି ।

Comments are closed.