Odisha Link
Bridging the Missing Links in Odisha

ମାଲିକ ଘର ସାମ୍ନାରୁ ଡବଲ୍ ଡେକର୍ ବସ୍ ଚୋରି

ନୋଏଡା : ଘର ସାମ୍ନାରୁ ଡବଲ ଡେକର ବସ୍ ଚୋରି କରି ନେଇଛନ୍ତି ଲୁଟେରା। ଏହା ଏବେ ପୁଲିସର ନିଦ ହଜେଇ ଦେଇଛି। ବସଟି ଦୁଇ ମାସ ପୂର୍ବରୁ ଚୋରି ହୋଇଥିଲେ ମଧ୍ୟ ପୁଲିସ ଏବେ ସୁଦ୍ଧା ମାମଲା ରୁଜ୍ଜୁ କରିନଥିଲା।

କିଛି ଦିନ ପୂର୍ବରୁ ସ୍ଥାନୀୟ ଅଦାଲତଙ୍କ ଆଦେଶ ପରେ ବିସରଖ ଥାନାରେ ବସ ଚୋରି ମାମଲା ରୁଜ୍ଜୁ କରାଯାଇଥିଲା। ଡବଲ୍ ଡେକର୍ ବସର୍ ମାଲିକ ନରେଶ ସିଂହଙ୍କ କହିବାନୁଯାୟୀ, ତାଙ୍କ ପାଖରେ ଏକ ପ୍ରାଇଭେଟ୍ ଡବଲ୍ ଡେକର୍ ବସ୍ ଥିଲା ଯାହା ନୋଏଡା ଓ ଔରେୟା ମଧ୍ୟରେ ଚାଲୁଥିଲା।

ଜାନୁଆରୀ ୧୫ ତାରିଖରେ ସେ ଘର ବାହାରେ ବସ ଛିଡା କରିଥିଲେ। ସକାଳେ ଉଠି ଦେଖିଲା ବେଳକୁ ବସ ଘର ବାହାରେ ନଥିଲା। ସେ ତୁରନ୍ତ ଖୋଜାଖୋଜି ଆରମ୍ଭ କରିଥିଲେ କିନ୍ତୁ ପାଇନଥିଲେ।

ନରେଶ ସିଂହ କହିଛନ୍ତି ବସ ତାଙ୍କ ଜୀବନ ଜୀବିକାର ଏକମାତ୍ର ସ୍ରୋତ ଥିଲା। ବସ୍ ଚୋରି ହେବାପରେ ସେ ସ୍ଥାନୀୟ ଥାନାକୁ ଯାଇ ଅଭିଯୋଗ କରିଥିଲେ କିନ୍ତୁ ତାଙ୍କ ମାମଲା ରୁଜ୍ଜୁ କରାଯାଇନଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଏହାପରେ ସେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଦାଲତ ଏହି ମାମଲାରେ ପ୍ରାଥମିକ ରିପୋର୍ଟ ରୁଜ୍ଜୁ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ।

Comments are closed.