Odisha Link
Bridging the Missing Links in Odisha

ଘୋଷଣା ହେଲା ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ମୁମ୍ବାଇ: ଆଜି ୨୦୧୯ ବର୍ଷ ପାଇଁ ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଏଥିରେ ଓଡ଼ିଆର ୩ସିନେମାକୁ ମିଳିଛି ଜାତୀୟ ସିନେ ପୁରସ୍କାର।

ସିନେମା ଗୁଡ଼ିକ ହେଲା ‘ଶ୍ରୀକ୍ଷେତ୍ରରୁ ସାହିଜାତ’, ଶଲା ବୁଢାର ବଦଲା, କାଲିର ଅତୀତକୁ ମଧ୍ୟ ସମ୍ମାନିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ୬୭ ତମ ନ୍ୟାସନାଲ୍ ସିନେମା ଆଓ୍ୱାର୍ଡ ଘୋଷଣା କରିଛନ୍ତି।

ବେଷ୍ଟ କଲଚର୍‌ସିନେମାରେ ଶ୍ରୀକ୍ଷେତ୍ରରୁ ସାହଜାତକୁ ପୁରସ୍କୃତ କରାଯାଇଛି। ଏହାକୁ ନନ୍‌ ଫିଚର ଶ୍ରେଣୀରେ ପୁରସ୍କୃତ କରାଯାଇଛି। ସେହି ପରି ବେଷ୍ଟ ଓଡିଆ ଫିଚର ଫିଲ୍ମ ଶ୍ରେଣୀରେ ଶଲାବୁଢାର ବଦଲା ଏବଂ କାଲିର ଅତୀତକୁ ଚୟନ କରାଯାଇଛି । ଶଲା ବୁଢାର ବଦଲାର ନିର୍ଦ୍ଦେଶନା ଦେଇଛନ୍ତି ସବ୍ୟସାଚୀ ମହାପାତ୍ର। କାଲିର ଅତୀତକୁ ନୀଳମାଧବ ପଣ୍ଡା ନିର୍ଦ୍ଦେଶନା ଦେଇଛନ୍ତି।

ବଲିଉଡ଼ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ଛିଛୋରେ’କୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ସେହିପରି କଙ୍ଗନା ରଣାୱତଙ୍କୁ ସିନେମା ମଣିକର୍ଣ୍ଣିକା’ ପାଇଁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର। ଭୋଷଲେ’ ସିନେମା ପାଇଁ ମନୋଜ ବାଜେପୟ ଓ ଅସୁରନ୍‌’ ପାଇଁ ଧନୁଷଙ୍କୁ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ ହୋଇଛନ୍ତି।

Comments are closed.