Odisha Link
Bridging the Missing Links in Odisha

ଘରକୁ ଫେରିଲା ଜଗା

କଟକ: ଫୁଲବାଣୀକୁ ଫେରିଲେ ଜଗା। ଗତ ୨ ବର୍ଷ ହେଲା କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ରହିଥିବା ଜଗା ଡିସଚାର୍ଜ ହୋଇ ଆଜି ଘରକୁ ଫେରିଲେ ଜଗା।

୨ ଜଣିଆ ଡାକ୍ତରୀ ଟିମ୍ ସହ ୧୦୮ ଆମ୍ବୁଲାନ୍ସରେ ଜଗାକୁ ଫୁଲବାଣୀ ନିଆଯାଇଛି। ଏସସିବିରୁ ଯାଇ ଫୁଲବାଣୀ ମେଡିକାଲର ସ୍ୱତନ୍ତ୍ର କ୍ୟାବିନେଟରେ ଜଗା ରହିବ।

ତେବେ କନ୍ଧମାଳ ଜିଲ୍ଲାର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କର ୨୦୧୭ରେ ଦିଲ୍ଲୀସ୍ଥିତ ଏମ୍‌ସରେ ଅପରେସନ କରାଯାଇଥିଲା। ସେଠାରେ ଦୁଇ ଯାଆଁ ଶିଶୁଙ୍କୁ ପୃଥକ କରାଯାଇଥିଲା । ଏମ୍‌ସରେ ପ୍ରାୟ ୨ ବର୍ଷ ରହିବା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଥିଲା ।

ଏହାପରେ ଦୁଇ ଶିଶୁ ୨୦୧୯ରେ କଟକ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌‌ ୨୦୧୯ରୁ ଜଗାକୁ ଦେଖାଶୁଣା କରିଆସୁଛନ୍ତି। ୨୦୧୯ରେ ଜଗା-କାଳିଆ ଏସ୍‌ସିବିରେ ପହଞ୍ଚିଲା ଦିନଠାରୁ ବଳିଆ ଆଇସିୟୁରେ ହିଁ ରହିଥିଲା ।

ତେବେ ଆଇସିୟୁରେ ଚିକିତ୍ସିତ ହେଉଥିବାବେଳେ କାଳିଆର ମୃତ୍ୟୁ ଘଟିଥିଲା। କିନ୍ତୁ ଜଗା ଏବେ ସୁସ୍ଥ ରହିଛି। ବର୍ତ୍ତମାନର ସ୍ଥିତିରେ ଜଗାର ଶରୀରରେ କିଛି ସମସ୍ୟା ନାହିଁ ବୋଲି ଡାକ୍ତରୀ ଟିମ୍‌ କହିଛନ୍ତି।

Comments are closed.