Odisha Link
Bridging the Missing Links in Odisha

ଆସନ୍ତାକାଲି ଗୃହରେ ଗାନ୍ଧୀଙ୍କ ପାଇଁ ସ୍ୱତନ୍ତ୍ର ଆଲୋଚନା

ଭୁବନେଶ୍ୱର : ଆସନ୍ତାକାଲି ବିଧାନସଭାରେ ମହାତ୍ମାଗାନ୍ଧୀଙ୍କ ସଂକ୍ରାନ୍ତରେ ଏକ ସ୍ୱତନ୍ତ୍ର ଆଲୋଚନା କରାଯିବ। ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି । ଆସନ୍ତାକାଲି ମହାତ୍ମାର ଗାନ୍ଧୀଙ୍କ ଓଡିଶା ଆଗମନକୁ ଶହେ ବର୍ଷ ପୁରିତ ହେଉଛି ।

ବାଚସ୍ପତି ଡକ୍ଟର ପାତ୍ର କହିଥିଲେଯେ, ଆସନ୍ତାକାଲି ବିଧାନସଭା ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ। ଏଥିପାଇଁ ଦିନ ୧୦ଟାରେ ଉପସ୍ଥିତ ରହିବାକୁ ସେ ଅନୁରୋଧ କରିଥିଲେ।

ସେହିପରି ବିଧାନସଭାରେ ମଧ୍ୟ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ବିଭିନ୍ନ ଦିଗ ଉପରେ ସ୍ୱତନ୍ତ୍ର ଆଲୋଚନା କରାଯିବ। ସ୍ୱତନ୍ତ୍ର ଆଲୋଚନା ପାଇଁ ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ଆଦି କାର୍ଯ୍ୟକ୍ରମ ବାତିଲ କରାଯିବ।

ପୂର୍ବାହ୍ନ ସାଢେ଼ ୧୦ଟାରୁ ୧ଟା ୩୦ ପର୍ଯ୍ୟନ୍ତ ଆଲୋଚନା ହେବ । ଆଲୋଚନା ହେବା ସହ ସଂକଳ୍ପ ପାରିତ ହେବବୋଲି ବାଚସ୍ପତି ଡକ୍ଟର ପାତ୍ର ସୂଚନା ଦେଇଛନ୍ତି ।

Comments are closed.