Odisha Link
Bridging the Missing Links in Odisha

ଦିଲ୍ଲୀ ଉପରାଜ୍ୟପାଳଙ୍କୁ ମିଳିବ ଅଧିକ କ୍ଷମତା

ନୂଆଦିଲ୍ଲୀ : ଲୋକସଭାରେ ପାରିତ ହୋଇଛି ଦିଲ୍ଲୀ ରାଷ୍ଟ୍ରୀୟ ରାଜଧାନୀ ରାଜ୍ୟକ୍ଷେତ୍ର ଶାସନ ବିଧେୟକ ୨୦୨୧ । ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା ମିଳିବ । କିନ୍ତୁଏହି ବିଧେୟକକୁ ଆମ୍‌ ଆଦମୀ ପାର୍ଟି ପ୍ରବଳ ବିରୋଧ କରିଛି ।

ମନ୍ତ୍ରୀ ଜୀ କିଶନ ରେଡ୍ଡୀ କହିଛନ୍ତି, ସମ୍ବିଧାନ ଅନୁଯାୟୀ ବିଧାନସଭା ସଂଲଗ୍ନ ସୀମିତ ଅଧିକାର ଯୁକ୍ତ କେନ୍ଦ୍ର ଶାସିତ ଅଞ୍ଚଳ ହେଉଛି ଦିଲ୍ଲୀ । ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ଏହା କହିସାରିଛନ୍ତି ଯେ, ଦିଲ୍ଲି ହେଉଛି ଏକ କେନ୍ଦ୍ରଶାସିତ ରାଜ୍ୟ ।

ତେଣୁ ସମସ୍ତ ସଂଶୋଧନ କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ହିଁ କରାଯାଉଛି। ଏହି ବିଧେୟକ ଜରିଆରେ ରାଜ୍ୟ ସରକାରଙ୍କର କୌଣସି ଅଧିକାରକୁ ଛଡାଇନିଆଯିବ ନାହିଁ । ରାଷ୍ଟ୍ରପତି କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକ ଭାବେ ଦିଲ୍ଲୀର ଉପରାଜ୍ୟପାଳଙ୍କୁ ନିଯୁକ୍ତି ପ୍ରଦାନ କରନ୍ତି’ ।

ମନୀଷ ତିଓ୍ବାରୀ  ନିଷ୍ପତ୍ତି ଉପରେ ଅଭିଯୋଗ କରି କହିଛନ୍ତି ଯେ, ଏହି ବିଧେୟକ ଦିଲ୍ଲୀ ସରକାରଙ୍କ ଅଧିକାର ଏବଂ କ୍ଷମତାକୁ କ୍ଷୁର୍ଣ୍ଣ କରିବ। ଏହାର ଉତ୍ତର ଦେବାକୁ ଯାଇ କିଶନ‌ ରେଡ୍ଡୀ କହିଛନ୍ତି ଯେ, କିଛି ସ୍ପଷ୍ଟୀକରଣ ପାଇଁ ଏହି ବିଲ୍ ଅଣାଯାଇଛି ଯାହା ଦିଲ୍ଲୀବାସୀଙ୍କୁ ଉପକୃତ କରିବ ଏବଂ ରାଜ୍ୟରେ ଆହୁରି ସ୍ୱଚ୍ଛତା ଆଣିବ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏହାକୁ ରାଜନୈତିକ ଦୃଷ୍ଟିକୋଣରୁ କିମ୍ବା ବୈଷୟିକ ଦୃଷ୍ଟିକୋଣରୁ ଅଣାଯାଇ ନାହିଁ ଯାହା ଦ୍ବାରାକି କିଛି ଦ୍ବନ୍ଦ ସୃଷ୍ଟି ହେବ।

Comments are closed.