Odisha Link
Bridging the Missing Links in Odisha

୬ଷ୍ଠ ଭାରତୀୟ ଭାବେ ଇଂଲଣ୍ଡର ବଡ଼ କ୍ଲ‍ବ୍ ପକ୍ଷରୁ ଖେଳିବେ ଆୟର୍

ନୂଆଦିଲ୍ଲୀ: ଇଂଲଣ୍ଡ ଯିବେ ଟିମ୍‌ ଇଣ୍ଡିଆର ଯୁବ ବ୍ୟାଟସମ୍ୟାନ୍‌ ଶ୍ରେୟସ୍‌ ଆୟର। ୬ଷ୍ଠ ଭାରତୀୟ ଖେଳାଳି ଭାବେ ଆୟର୍‌ ଇଂଲିଶ କାଉଣ୍ଟି କ୍ଲବ୍‌ ଲାଙ୍କାଶାୟର୍‌ ପକ୍ଷରୁ କ୍ରିକେଟ୍‌ ଖେଳିବା ନେଇ ଚୁକ୍ତି କରିଛନ୍ତି। ଚଳିତ ବର୍ଷ ରୟାଲ୍ ଲଣ୍ଡନ୍ କପ୍ ଦିନିକିଆ କ୍ରିକେଟରେ ଲାଙ୍କାଶାୟର ପକ୍ଷରୁ ଖେଳିବେ। ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ସେ ଜୁଲାଇ ୧୫ ତାରିଖରେ ଓଲ୍ଡ ଟ୍ରାଫର୍ଡରେ ପହଞ୍ଚିବେ।

ଆୟର ୬ଷ୍ଠ ଭାରତୀୟ କ୍ରିକେଟର୍ ଭାବେ ଲାଙ୍କାଶାୟର୍ ପକ୍ଷରୁ ଖେଳିବେ। ୧୯୬୮ରେ ଫାରୁକ୍ ଇଞ୍ଜିନିୟର୍ ପ୍ରଥମ ଭାରତୀୟ ଖେଳାଳି ଭାବେ ଲାଙ୍କାଶାୟର୍‌ ପକ୍ଷରୁ ଖେଳିଥିଲେ। ତାଙ୍କ ପରେ ୨୦୦୦ ମସିହାରେ ସୌରଭ ଗାଙ୍ଗୁଲି, ୨୦୦୪ରେ ଦିନେଶ ମୋଙ୍ଗିଆ, ୨୦୦୫ରେ ମୂରଲୀ କାର୍ତ୍ତିକ ଓ ୨୦୦୭ ମସିହାରେ ଭିଭିଏସ୍‌ ଲକ୍ଷ୍ମଣ ଖେଳିଥିଲେ। ୧୨ ବର୍ଷ ପରେ ଆୟର ଲାଙ୍କାଶାୟର୍ ପକ୍ଷରୁ ଖେଳିବାକୁ ଯାଉଛନ୍ତି।

ଲାଙ୍କଶାୟର୍ କ୍ଲବ୍ ସହ ଚୁକ୍ତି କରିବା ପରେ ଆୟର୍ କହିଛନ୍ତି, ଲାଙ୍କଶାୟର୍ ଇଂଲିଶ କ୍ରିକେଟରେ ଏକ ଜଣାଶୁଣା ନାଁ, ଯାହାର ଭାରତୀୟ କ୍ରିକେଟ୍ ସହ ଦୀର୍ଘ ଦିନ ଧରି ସମ୍ପର୍କ ରହିଛି। ମୁଁ ଲାଙ୍କଶାୟରରେ ଫାରୁକ୍ ଇଞ୍ଜିନିୟର୍, ସୌରଭ ଗାଙ୍ଗୁଲି ଓ ଭିଭିଏସ୍ ଲକ୍ଷ୍ମଣଙ୍କ ଭଳି ମହାନ କ୍ରିକେଟର ସହ ଏହି କ୍ଲବ୍ ଯୋଡ଼ି ହୋଇ ନିଜକୁ ଗୌରବ୍ୱାନିତ ମନେ କରୁଛି ବୋଲି ଆୟର୍‌ କହିଛନ୍ତି।

Comments are closed.