Odisha Link
Bridging the Missing Links in Odisha

ମଧ୍ୟପ୍ରଦେଶ ଫେରିଗଲା ସୁନ୍ଦରୀ

ଅନୁଗୁଳ: ମଧ୍ୟପ୍ରଦେଶ ଫେରିଲା ସୁନ୍ଦରୀ। ସାତକୋଶିଆ ଅଭୟାରଣ୍ୟରେ ୩ ବର୍ଷ ରହିବା ପରେ ବାଘୁଣୀ ‘ସୁନ୍ଦରୀ’ ଶେଷରେ ମଧ୍ୟପ୍ରଦେଶ ଫେରିଯାଇଛି। ଏନେଇ ସାତକୋଶିଆ ଅଭୟାରଣ୍ୟର ବନ୍ୟ ପ୍ରାଣୀ ଚିକିତ୍ସକ କିଶୋର ସାହୁ ଏହି ସୂଚନା ଦେଇଛନ୍ତି। ବନ ବିଭାଗର ବହୁ ଉଦ୍ୟମ ପରେ ସୁନ୍ଦରୀକୁ ଧରାଯାଇଛି। ସୁନ୍ଦରୀକୁ ଧରିବା ପାଇଁ ଯନ୍ତା ବସାଟାଇଥିଲା ମାତ୍ର ଯନ୍ତା ପାଖକୁ ସୁନ୍ଦରୀ ଆସି ନଥିଲା। ଶେଷରେ ୩ ଜଣିଆ ଡାକ୍ତରୀ ଟିମ୍‌ ବାଧ୍ୟ ହୋଇ ଟ୍ରାଙ୍କୁଲାଇଜ୍‌ କରିଥିଲେ।

ସୁନ୍ଦରୀ ଟ୍ରାଙ୍କୁଲାଇଜ ହେବାର ୧୫ ମିନିଟ ପରେ ଚେତା ପାଇଥିଲା। ଏହା ପରେ ତାକୁ ଏକ ସ୍ବତନ୍ତ୍ର ଗାଡ଼ି ନେଇ ମଧ୍ୟପ୍ରଦେଶ ଅଭିମୁଖେ ବାହାରିଥିଲା। ତେବେ ସାତକୋଶିଆରୁ ବାହାରିବା ପୂର୍ବରୁ ସୁନ୍ଦରୀର ଓଜନ ପରୀକ୍ଷା କରାଯାଇଥିଲା। ଏଥି ସହିତ ସେ ସେ କରିଥିବା ଶିକାର ଦିଆଯାଇଥିଲା। ସୁନ୍ଦରୀ ବୁଧବାର ଅପରାହ୍ନରେ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟର ଘୋରେଲା ପହଞ୍ଚିବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ସାତକୋଶିଆରେ ରହଣୀ ସମୟରେ ସୁନ୍ଦରୀ ବଡୁ ଜୀବନ ନେଇଥିଲା। ଏହି ଘଟଣାକୁ ନେଇ ଟିକରପଡ଼ାରେ ଲଙ୍କା କାଣ୍ଡ କରିଥିଲେ ଗ୍ରାମବାସୀ। ସାତକୋଶିଆ ବନ ବିଭାଗର ଡଙ୍କାରେ ନିଆଁ ଲଗାଇ ଦେଇଥିଲେ ଓ ବିଟ ହାଉସ ପୋଡ଼ି ଦେଇଥିଲେ। ସୁନ୍ଦରୀର ଏପ୍ରକାରର କାଣ୍ଡ ସାରା ରାଜ୍ୟରେ ଚହଳ ପକାଇଥିଲା।

ପରେ ପରେ ଅଣ୍ଡିରା ମହାବଳ ବାଘ ‘ମହାବୀର’ର ମୃତ୍ୟୁ ହୋଇଥିଲା। ଘଟଣାକୁ ନେଇ ଉଭୟ ଏନ୍‌ଟିସିଏ ଓ ରାଜ୍ୟ ସରକାର ସୁନ୍ଦରୀକୁ ବନ୍ଦୀ କରିବା ପାଇଁ ଯୋଜନା କରିଥିଲେ। ବହୁ କଷ୍ଟରେ ସୁନ୍ଦରୀକୁ ଧରା ହୋଇ ରାଇଗୁଡ଼ା ଏନକ୍ଲୋଜରରେ ବନ୍ଦୀ କରି ରଖାଯାଇଥିଲା। ସାତକୋଶିଆରେ ମହାବଳ ବଂଶ ବୃଦ୍ଧି ପ୍ରକଳ୍ପ ଯୋଜନାକୁ ଏନ୍‌ଟିସିଏ ସ୍ଥଗିତ ରଖିଥିଲା। ସେବେ ଠାରୁ ବନ୍ଦୀ ଜୀବନ କାଟୁଥିଲା ସୁନ୍ଦରୀ।

Comments are closed.