Odisha Link
Bridging the Missing Links in Odisha

କରୋନା: ଆକ୍ସନ ମୋଡ଼ରେ ବିଏମ୍‌ସି, ଆଜିଠୁ ରାଜଧାନୀରେ ଜୋରଦାର ଚଢ଼ାଉ

ଭୁବନେଶ୍ୱର: କରୋନାର ଦ୍ବିତୀୟ ଲହରୀକୁ ନେଇ ଆକ୍ସନ ମୋଡ଼ରେ ବିଏମ୍‌ସି। ରାଜଧାନୀର ବିଭିନ୍ନ ସ୍ଥାନରେ ଆଜିଠୁ ଜୋରଦାର ହେବ ଚଢ଼ାଉ। ଏଥିପାଇଁ ସଚେତନତା କାର୍ଯ୍ୟକ୍ରମକୁ ମଧ୍ୟ ତ୍ୱରାନ୍ତିତ କରାଯାଇଛି। ଉଭୟ ସଚେତନତା ଓ କାର୍ଯ୍ୟାନୁଷ୍ଠାନକୁ ଦିଆଯିବ ଗୁରୁତ୍ୱ। ଅପରାହ୍ନରେ ବିମାନ ବନ୍ଦର ଓ ରେଳ ଷ୍ଟେସନରେ ସ୍ଥିତି ଅନୁଧ୍ୟାନ କରିବେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ।

କରୋନା ନିୟମକୁ କଡ଼ାକଡ଼ି କରିବାକୁ ଏନଫୋର୍ସମେଣ୍ଟ ଟିମକୁ ଅଧିକ ଫୋର୍ସ ମିଳିଛି। ବିଏମସିର ୩ଟି ଯୋନରେ ୬ରୁ ଅଧିକ ସ୍କ୍ୱାର୍ଡ ଚଢ଼ାଉରେ ସାମିଲ ହୋଇଛନ୍ତି। ଏକ୍ସଏମବିରେ ପ୍ରଥମ ଦିନ ୨୦୧ ଓ ଗତକାଲି ୮୬ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା। ସବୁର ଆଟିପିସିଆର ଟେଷ୍ଟ କରାଯାଇଛି। ସବୁଗୁଡିକ ନେଗେଟିଭ ଆସିଛି।

ଆସନ୍ତାକାଲିଠାରୁ ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନର ହଷ୍ଟେଲରେ ମଧ୍ୟ ଯାଞ୍ଚ ଓ ଟେଷ୍ଟିଂକୁ କଡାକଡି କରାଯିବ। ଟ୍ରାଇଡେଣ୍ଟ କଲେଜ ହଷ୍ଟେଲରେ ହେବ ପ୍ରଥମ ଟେଷ୍ଟିଂ କରାଯିବ। ସିଆରପିଏଫ ପକ୍ଷରୁ ଟେଷ୍ଟିଂ ପାଇଁ ଆବେଦନ କରାଯାଇଛି। ପର୍ଯ୍ୟାୟ କ୍ରମେ ସବୁ ହଷ୍ଟେଲରେ ହେବ ଟେଷ୍ଟିଂ। ଏଥିପାଇଁ କୋଭିଡ ସଚେତକଙ୍କୁ ପୁନଃ ନିୟୋଜିତ କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି କରିଛନ୍ତି । ପୋଲିସ ପ୍ରସାଶନ ମଧ୍ୟ କୋଭିଡ ୧୯ ଆଇନର ପାଳନ ନେଇ ବ୍ୟାପକ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି। ଗତକାଲିଠାରୁ ଏହି ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯାଇଛି । ଓଡ଼ିଶା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୩ ତାରିଖ ସକାଳୁ, ୨୪ ତାରିଖ ସକାଳ ମଧ୍ୟରେ କୋଭିଡ ଆଇନ ଉଲଙ୍ଘନ ନେଇ ହୋଇଥିବା ଗୋଟିଏ ମାମଲା ରୁଜୁ ହୋଇଥିବାବେଳେ ୧୬ ଜଣଙ୍କୁ ଗିରଫ କରାଯାଇଛି ଓ ୭୬୩ଟି ଗାଡ଼ି ଜବତ କରାଯାଇଛି ।

ସେହିଭଳି ୨୨,୫୮,୧୦୦( ୨୨ ଲକ୍ଷ ୫୮ ହଜାର ୧୦୦ ଟଙ୍କା) ଜରିମାନା ଆଦାୟ କରାଯାଇଛି। ସେହିପରି ଲଗାତାର ଭାବରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦେଶରେ କରୋନାର ଦ୍ୱିତୀୟ ଲହରୀର ଆତଙ୍କ। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୪୭ ହଜାର ୨୬୨ ନୂଆ ପଜିଟିଭ। ଏଥିସହ କରୋନା ନେଇଛି ଆଉ ୨୭୫ ଜୀବନ।

Comments are closed.