Odisha Link
Bridging the Missing Links in Odisha

ସୁନା ଦୋକାନରେ ଚଢ଼ାଉ, ୪୪୫,୫୦୦ ଜୋରିମାନା ଆଦାୟ

ଭୁବନେଶ୍ୱର: ସୁନା ଦୋକାନରେ ଓଜନ ମାପରେ ଠକେଇ। ଓଜନରେ ଠକେଇ ନେଇ ସୁନାଦୋକାନରେ ଚଢ଼ାଉ କରାଯାଇ ୪ଲକ୍ଷ ୪୫ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏନେଇ ଆଜି ଗୃହରେ ପ୍ରଶ୍ନୋତ୍ତରରେ ଖାଦ୍ୟଯୋଗଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଜନମାପରେ ଯେଉଁମାନେ ଠକୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

ରାଜ୍ୟରେ ୪୮୫୩ଟି ସୁନା ଦୋକାନ ଥିବା ବେଳେ ୨୦୧୮-୧୯ରେ ୩୭୬ଟି ସୁନା ଦୋକାନରେ ଚଢ଼ାଉ କରାଯାଇଛି। ସେମାନଙ୍କ ଠାରୁ ୧୨ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି।। ସେହିପରି ୧୯-୨୦ରେ ୪ଶହ ସୁନା ଦୋକାନରେ ଚଢ଼ାଉ କରାଯାଇଥିଲା। ଏଥିସହ ୨୦୨୦-୨୧ ବର୍ଷରେ ୧୯୬ଟି ସୁନାଦୋକାନରେ ଚଢ଼ାଉ କରିବା ଯାଇଛି। ସୁନା ଦୋକାନରେ ଚଢ଼ାଉ କରାଯାଇ ମୋଟ ୪ଲକ୍ଷ ୪୫ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି।

Comments are closed.