Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

ହରଭଙ୍ଗା: ସଡ଼କ ଦୁର୍ଘଟଣାରେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ। ଏକ ବାଇକକୁ ମିନି ଟ୍ରକ ଧକ୍କା ଦେବା ଫଳରେ ବାଇକ ଯୁବକଙ୍କର ମୃତ୍ୟୁ ଘଟିଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଟି ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ଡିକସିରା ନିକଟରେ ଘଟିଛି। ମୃତକ ପୁରୁଣାକଟକ ଥାନା ତିଳେଇମୁଣ୍ଡା ଗ୍ରାମର ରତ୍ନାକର ବିଶ୍ୱାଳ ବୋଲି ଜଣାପଡ଼ିଛି।

ପ୍ରକାଶ ଯେ, ଆଜି ସକାଳୁ ରତ୍ନାକର ନିଜ ଗ୍ରାମରୁ ବାଇକ ଯୋଗେ ସମ୍ପର୍କୀୟଙ୍କ ବାହାଘରରେ ଯୋଗଦେବା ପାଇଁ ନୂଆପଡା ଗ୍ରାମକୁ ଯାଉଥିଲେ। ପୁରୁଣାକଟକ ଡିକସିରା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ମିନି ଟ୍ରକ ତାଙ୍କୁ ଧକ୍କା ଦେଇଥିଲା।

ଘଟଣାସ୍ଥଳରୁ ମିନି ଟ୍ରକଟି ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ତାଙ୍କୁ ପୁରୁଣାକଟକ ସ୍ଵାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ଘଟଣା ସ୍ଥଳରେ ପୁରୁଣାକଟକ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.