Odisha Link
Bridging the Missing Links in Odisha

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜେସିବି ଡ୍ରାଇଭରକୁ ଗୁଳିମାଡ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଲୟା ଥାନା ଅମ୍ବାସରଭଟା ଗାଁ ଛକରେ ଅଭାବନୀୟ ଘଟଣା ଘଟିଛି । ଶତ୍ରୁତାକୁ କେନ୍ଦ୍ରକରି ଜେସିବି ଡ୍ରାଇଭର ଉପରକୁ ଗୁଳିମାଡ।

ଡ୍ରାଇଭର ହେଲେ ଅଡାଲ ଗାଁର ଭଜନ ପ୍ରଧାନ। ସୁବଲୟା ପୁଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ଭର୍ତ୍ତି କରିଛି । ଅଭିଯୁକ୍ତ ଜଣଙ୍କ ହେଲେ କାସଲପୁରା ଗାଁର ଚକ୍ରଧର ପ୍ରଧାନ ବୋଲି ଜଣାପଡ଼ିଛି ।

ଗୁଳିକାଣ୍ଡ ପରେ ଅଭିଯୁକ୍ତ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ସୁବଲୟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାଭିଭିନ ଆରମ୍ଭ କରିଛି ।

Comments are closed.