Odisha Link
Bridging the Missing Links in Odisha

ରାଜ୍ୟରେ କରୋନା ସ୍ଥିତି ନେଇ ଆଇଏଲଏସ୍ ନିର୍ଦ୍ଦେଶକ କହିଲେ…

ଭୁବନେଶ୍ୱର: ରାଜ୍ୟରେ ପୁଣି ହୁ ହୁ ହେଇ ବଢ଼ିଲାଣି କରୋନା ସଂକ୍ରମଣ ସଂଖ୍ୟା। ଆଜି ପୁଣି ରାଜ୍ୟରେ ୨୧୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ବଢୁଥିବା ସଂକ୍ରମଣ ନେଇ ଆଇଏଲଏସ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ‘ଡିସେମ୍ବର ମାସରେ ରାଜ୍ୟରେ ୩ ୟୁକେ ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲେ। ସେମାନେ ସୁସ୍ଥ ଅଛନ୍ତି, ଆଉ କାହାକୁ ସଂକ୍ରମିତ କରିନାହାନ୍ତି ।

୨୨୦ଟି ନମୂନା ଆଇଏଲଏସରେ ଟେଷ୍ଟ କରାଯାଇଥିଲା। ମହାରାଷ୍ଟ୍ର ଓ ପଞ୍ଜାବରେ ଦେଖାଯାଉଥିବା ଷ୍ଟ୍ରେନର ସଂକ୍ରମଣ ହାର ଅଧିକ ରହିଛି। ପୁନଃ ସଂକ୍ରମଣ ହାର ୧:୧ରୁ ୧:୫ ବଢିଛି, କିନ୍ତୁ ମାରାତ୍ମକ ନୁହେଁ। ପଞ୍ଜାବରେ ୮୦ ପ୍ରତିଶତ ୟୁକେ ଭେରିଏଣ୍ଟ। ଏବେ ଓଡିଶା ପରିସ୍ଥିତି ଠିକ୍ ଅଛି।’

ହୋଲି ଭଳି ପର୍ବପର୍ବାଣୀରେ ସତର୍କ ରହିବାକୁ ପଡିବ। ଓଡ଼ିଶାକୁ ସେଭଳି ସ୍ଥିତି ଆସିନି କିନ୍ତୁ ଲୋକ ଅମାନିଆ ଅଛନ୍ତି। ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରି ନିୟନ୍ତ୍ରଣ କରାଯାଇପାରିବ। ବିଭିନ୍ନ ଜିଲ୍ଲାକୁ ଚିହ୍ନଟ ହେଉଥିବା ନମୂନା ସେତେଟା ଭୟାନକ ନାହିଁ। ନୂଆପଡା, କନ୍ଧମାଳ, କଳାହାଣ୍ଡିର ନମୂନା ପରୀକ୍ଷା କରୁଛୁ। ନୂଆପଡାରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି। ଦୈନିକ ୧୦ ହଜାର ୫୦୦ ଆରଟିପିସିଆର ଟେଷ୍ଟ ହେଉଛି ବୋଲି ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି।

Comments are closed.