Odisha Link
Bridging the Missing Links in Odisha

କରୋନା: ଇଞ୍ଜିନିୟରିଂ ସ୍କୁଲରୁ ୨୧ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଦେଶର ଅନ୍ୟ ରାଜ୍ୟ ପରି ଗତ କିଛି ଦିନ ହେବ ଓଡିଶାରେ ମଧ୍ୟ କରୋନା ସଂକ୍ରମଣ ବଢିବାରେ ଲାଗିଛି। ନୂଆପଡ଼ାର ଗୋଟିଏ ଗାଁରୁ ଏକକାଳୀନ ୨୯ ସଂକ୍ରମିତ ଚିହ୍ନଟ ପରେ ଶନିବାର ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲର ୨୧ ଛାତ୍ର ଓ ଅଧ୍ୟାପକ କରୋନା ପଜିଟିବ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୩ଜଣ ଶିକ୍ଷକ ଏବଂ ୮ଜଣ ଛାତ୍ରଛାତ୍ରୀ ଅଛନ୍ତି। ସମସ୍ତଙ୍କ ନମୂନା ପରୀକ୍ଷା ପରେ ପଜିଟିଭ ଆସିଥିବା ଜଣାପଡ଼ିଛି।

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ସଂଗରୋଧରୁ ୧୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୬ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ାରୁ ୨୩ ଜଣ ଚିହ୍ନଟ ହୋଇଛନ୍ତ। ସେହିଭଳି କଟକରୁ ୧୯ଜଣ, କଳାହାଣ୍ଡି, ସୁନ୍ଦରଗଡ଼ରୁ ୧୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ କରୋନା କବଳରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୭୩ଜଣ। ରାଜ୍ୟରେ ମୋଟ ୩ଲକ୍ଷ ୩୬ ହଜାର ୪୮୨ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୩୯ ହଜାର ୯୦୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ୧୯ଶହ ୨୦ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

Comments are closed.