ଦୋଳ ଓ ହୋଲି ପାଇଁ ଆସିଲା ବିଏମସିର ଗାଇଡଲାଇନ୍

ଭୁବନେଶ୍ବର: କରୋନାକୁ ଦୃଷ୍ଟିରେ ରଖି ଦୋଳ ପୂର୍ଣ୍ଣିମା ଓ ହୋଲି ପାଇଁ ବିଏମସି ଗାଇଡଲାଇନ୍ ଜାରି କରିଛି। ଦୋଳଯାତ୍ରାରେ ସାମିଲ ହୋଇପାରିବେ ମାତ୍ର ୬ ଜଣ। ଶୋଭାଯାତ୍ରାକୁ ନା, ଦୋଳକୁ କାନେ୍ଧଇବା ବ୍ୟକ୍ତି ମାସ୍କ ପିନ୍ଧିବେ। ଦୋଳ ମେଳଣ ପଡ଼ିଆରେ ସର୍ବାଧିକ ୫୦ରୁ ୬୦ ଜଣଙ୍କୁ ଅନୁମତି।
ସମସ୍ତେ ସାମାଜିକ ଦୂରତାକୁ ପାଳନ କରିବା ସହ ସମସ୍ତ କୋଭିଡ୍ ନିୟମ ପାଳନ ପାଇଁ ନିର୍ଦ୍ଦେଶ। ଏପରିକି ଦୋଳ ମେଳଣ ପଡ଼ିଆରେ ଯାତ୍ରା, ଅର୍କେଷ୍ଟ୍ରା ଓ ମୀନାବଜାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
ସବୁଠାରୁ ବଡ଼କଥା ହେଲା କି, ଆୟୋଜକମାନେ ବିଏମସି ନିକଟରୁ ଏକ ଲିଖିତ ଅନୁମତି ନେବେ। ଦୋଳପୂର୍ଣ୍ଣିମାର ନୀତିକାନ୍ତି ମନ୍ଦିର ଭିତରେ ମଧ୍ୟ ପାଳନ କରିପାରିବେ। କଟକଣା ଭିତରେ ଏଥର ପାଳନ ହେବ ଦୋଳ ପୂର୍ଣ୍ଣିମୀ।