Odisha Link
Bridging the Missing Links in Odisha

ଆସାମ ବିଭାଜନ ପାଇଁ ଚାଲିଛି ଯୋଜନା, ବୁଝି ବିଚାରି ଭୋଟ୍‌ ଦିଅନ୍ତୁ: ମନମୋହନ ସିଂ

ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ। ଏସବୁ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ନେତା ମନମୋହନ ସିଂ ଆସାମବାସୀଙ୍କୁ କରିଛନ୍ତି ଅପିଲ୍। ସେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ, ଆପଣମାନେ ବୁଝି ବିଚାରି ଭୋଟ୍‌ ଦିଅନ୍ତୁ। କାରଣ ଆସାମକୁ ଭାଗ ଭାଗ କରିବା ପାଇଁ କରାଯାଉଛି ପ୍ରୟାସ। ଆପଣମାନେ ଆପଣଙ୍କ ବହୁମୂଲ୍ୟ ଭୋଟ୍‌ ଦେଇ ଏଭଳି ସରକାର ବାଛନ୍ତୁ ଯିଏ ସମ୍ବିଧାନ ଓ ଲୋକତନ୍ତ୍ରକୁ ବଜାୟ ରଖିବ।

ମନମୋହନ ସିଂହ ଆହୁରି କହିଛନ୍ତି ଯେ, କିଛି ବର୍ଷ ହେବ ଆସାମ ମୋର ୨ୟ ଘର ରହିଆସିଛି । ଏଇଟା ମୋ ପାଇଁ ସମ୍ମାନର କଥା ୧୯୯୧ରୁ ୨୦୧୯ ଯାଏଁ ୨୮ ବର୍ଷ ଧରି ମୁଁ ଏଠାରେ ପ୍ରତିନିଧିତ୍ୱ କରିଆସୁଥିଲି । ଆସାମଙ୍କ ଲୋକଙ୍କ ସ୍ନେହ ଓ ଶ୍ରଦ୍ଧାର ମୁଁ ସଦାସର୍ବଦା କୃତଜ୍ଞ । ଆସାମ ବାସୀଙ୍କ ପାଇଁ ମୁଁ ୫ ବର୍ଷ କେନ୍ଦ୍ର ଅର୍ଥମନ୍ତ୍ରୀ ଓ ୧୦ ବର୍ଷ ଧରି ଭାରତର ପ୍ରଧାନମନ୍ତ୍ରୀ ରହିଥିଲି ବୋଲି ମନମୋହନ କହିଛନ୍ତି।

ସେ ଆଗକୁ ଆହୁରି କହିଛନ୍ତି ଯେ, ଉଚିତ୍‌ ସମୟ ଆସି ପହଁଞ୍ଚିଛି। ଏବେ ବହୁମୂଲ୍ୟ ଭୋଟ୍‌ ଦେଇ ଉଚିତ୍‌ ସରକାର ବାଛନ୍ତୁ। ଆପଣଙ୍କୁ ଭାବି ଚିନ୍ତି ନିଷ୍ପତ୍ତି ନେବାର ଅଛି, କାରଣ ଆପଣ ଯାହାକୁ ନେତା ବାଛିବେ ସେମାନଙ୍କ ହାତରେ ରହିବ ପିଲାଙ୍କ ଭବିଷ୍ୟତ।

Comments are closed.